୪ ବର୍ଷର ନାବାଳିକାଙ୍କୁ ୧୩ ବର୍ଷର ନାବାଳକଙ୍କ ବଳାତ୍କାର ଅଭିଯୋଗ

ମୋରଡ଼ା,୧୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଉକ୍ତ ଥାନା ଅଧୀନ ଜଣେ ୧୩ ବର୍ଷର ଆଦିବାସୀ ନାବାଳକ ତାଙ୍କ ଗାଁ ପାଖ ଜଣେ ୪ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖେଳିବାକୁ ଡାକିଥିଲେ। ତେବେ ଏକ ନିଛାଟିଆ ସ୍ଥାନକୁ ନେଇ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିବାର ମୋରଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଓ ତାଙ୍କ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।