Categories: ଫୁରସତ

ଚଟାଣ ତଳୁ ବାହାରିଲା ୧୩୫ ବର୍ଷର ଚିଠି

ନୂଆଦିଲ୍ଲୀ: ଏଲିଧ୍‌ ସିମ୍‌ଥନ୍‌ ନାମକ ଜଣେ ମହିଳା ତାଙ୍କ ଘରର ଚଟାଣ ସଫା କରୁଥିଲେ। ସେତେବେଳେ ତାଙ୍କୁ ଏକ ବୋତଲ ମିଳିଥିଲା, ଯାହା କି ୧୩୫ ବର୍ଷ ପୁରୁଣା ବୋଲି ଜଣାପଡିଛି। ସେହି ବୋତଲକୁ ସେମାନେ ବହୁ ସାବଧାନର ସହ ଚଟାଣ ମଧ୍ୟରୁ ବାହାର କରିଥିଲେ। ତା’ ଭିତରେ ଏକ ଚିଠି ଥିଲା। ସେଥିରେ କିଛି ମେଜେସ୍‌ ଲେଖାଥିବା ସହ ୧୮୮୭ ଅକ୍ଟୋବର ୬ ତାରିଖ ଲେଖାଥିଲା। ସେହି ଲେଖାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେହି ଚିଠି ଏଲିଜାବେଥ୍‌ଙ୍କ ସମୟର ବୋଲି ଜଣାପଡିଛି। ସେଥିରେ ତାଙ୍କ ପୂର୍ବ ପୁରୁଷର କେହି ଜଣେ ଏହି ଚିଠି ଲେଖିଥିବା ଜଣାପଡିଛି।

Share