ଅଡୁଆ କଲା ୧୪ ବର୍ଷ ପୁରୁଣା ଅଡିଟ୍‌ ରିପୋର୍ଟ

ସୋନପୁର, ୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶା ଭୂ-ସଂସ୍କାର ଆଇନରେ ମକଦ୍ଦମା ଫଇସଲା କରିବାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ରାଜ୍ୟ ସରକାର ସହିଥିଲେ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି। ୨୦୦୪ରେ ହୋଇଥିବା ଏହି ଆର୍ଥିକ ଅନିୟମିତା ୨୦୦୯-୧୦ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍‌ରୁ ଧରାପଡ଼ିଥିଲା। ତେବେ ୧୪ ବର୍ଷ ତଳର ଉକ୍ତ ଅଡିଟ୍‌ ରିପୋର୍ଟକୁ କାଇଦା କରି ଚାପି ଦିଆଯାଇଥିଲା। ହେଲେ ୧୯ ବର୍ଷ ତଳର ଏହି ଘଟଣାରେ ରାଜ୍ୟ ସରକାର ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ତତ୍କାଳୀନ ବଲାଙ୍ଗୀର ତହସିଲଦାର ତଥା ଏବେକାର ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ସୂର୍ଯ୍ୟନାରାୟଣ ଦାଶଙ୍କ ଅଡୁଆ ବଢ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏ ନେଇ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଗତ ଜୁଲାଇ ୧୭ରେ ଚିଠି ନଂ. ୨୦୭୨୩ ଅନୁଯାୟୀ ଏଡିଏମ୍‌ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାର ନକଲ ବଲାଙ୍ଗୀର ଜିଲାପାଳ, ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, କଟକ ରାଜସ୍ବ ପର୍ଷଦ ସଚିବଙ୍କୁ ପଠାଯାଇଛି। ୧୯୬୨ ଓଡ଼ିଶା ସିଭିଲ ସର୍ଭିସ୍‌ (ସିସିଏ) ରୁଲସ୍‌ ୧୫ ଅନୁଯାୟୀ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏହି ପଦକ୍ଷେପ ନେଇଛି।
ଅତିରିକ୍ତ ଜିଲାପାଳ ଦାଶଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ପତ୍ର ସଂଖ୍ୟା ୧୫୯୧/୨୩।୫।୨୦୨୩ରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଏହାକୁ ସରକାର ଗ୍ରହଣ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲାପାଳଙ୍କ ନିକଟରୁ ନୋଟିସପ୍ରାପ୍ତି ସ୍ବୀକାର କରିବାର ୧ ମାସ ମଧ୍ୟରେ ଏଡିଏମ୍‌ ଦାଶ ଲିଖିତ ଭାବେ ନିଜର ପକ୍ଷ ରଖିପାରିବେ। ନିଜର ପକ୍ଷ ରଖିବା ପାଇଁ ସେ ବଲାଙ୍ଗୀର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଆବଶ୍ୟକ ରେକର୍ଡ ଦେଖିପାରିବେ। ବଲାଙ୍ଗୀର ଜିଲାପାଳଙ୍କ ଅନୁମତିକ୍ରମେ ରେକର୍ଡ କପି ଆଣିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ସୂର୍ଯ୍ୟନାରାୟଣ ଦାଶ ବଲାଙ୍ଗୀରରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ୨୦୦୪ରେ ଓଡ଼ିଶା ଭୂ ସଂସ୍କାର ଆଇନର ଧାରା ୮(କ) ଅନୁସାରେ ମକଦ୍ଦମା ଫଇସଲା କରିବାରେ ତାଙ୍କର ଢିଲା ପଣ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେତେବେଳେ ରାଜ୍ୟ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି ହୋଇଥିଲା। ୨୦୦୯-୧୦ ଅଡିଟ୍‌ ରିପୋର୍ଟରୁ ଏହି ଅନିୟମିତତା ଜଣାପଡ଼ିଥିଲା। ତେବେ ୧୪ ବର୍ଷ ତଳର ଉକ୍ତ ଅଡିଟ୍‌ ରିପୋର୍ଟକୁ ଚାପି ଦିଆଯାଇଥିଲା। ରାଜସ୍ବ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଜିଲାପାଳ ରାଣା ତତ୍କାଳୀନ ବଲାଙ୍ଗୀର ତହସିଲଦାର ସୂର୍ଯ୍ୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ଅନ୍ୟପଟେ ତହସିଲଦାର ପଦବୀରୁ ପଦୋନ୍ନତି ପାଇ ସୂର୍ଯ୍ୟନାରାୟଣ ଏବେ ଜଣେ ଏଡିଏମ୍‌। ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ପାଇଁ ୧୯ ବର୍ଷ ତଳର ଆର୍ଥତ୍କ ଅନିୟମିତତା ଅଡୁଆ ସୃଷ୍ଟି କରିଛି। କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବାରୁ ଜୁଲାଇ ୧୭ ପରଠାରୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ତାଙ୍କୁ ବିଭାଗୀୟ ପଦୋନ୍ନତି ମିଳିବ ନାହିଁ। ସେହିପରି ଓଡ଼ିଶା ସିଭିଲ ସର୍ଭିସ (ସିସିଏ) ରୁଲସ୍‌ ୧୫ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହେଲେ ସରକାର ତାଙ୍କଠାରୁ ରାଜସ୍ବ କ୍ଷତିର ମୂଳଧନ ସହିତ ବାର୍ଷିକ ୧୨% ସରଳ ସୁଧ ହାରରେ ପ୍ରାୟ ୭ କୋଟି ଅର୍ଥ ଆଦାୟ କରିପାରନ୍ତି। ସେହିପରି ପଦର ଅବନତି, ଇନ୍‌କ୍ରିମେଣ୍ଟ ବନ୍ଦ ସହ ନିୟମ ଅନୁଯାୟୀ ସରକାର ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri