ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଟି କୈନକନ ନିକଟରେ ଥିବା ଡ୍ରିମ୍ସ୍‌ ପ୍ଲାୟା ମୁଜେରେସ୍‌ ଗଲ୍ଫ ରିସୋର୍ଟ ବୋଲି କୁହାଯାଉଊଛି। ଏହାକୁ ଷ୍ଟେସି ମିଲର ନାମକ ଜଣେ ମହିଳା ରେକର୍ଡିଂ କରିଛନ୍ତି। ସେ ଆମେରିକୀୟ ବାସିନ୍ଦା। ସେ ସ୍ବାମୀ ରୟାନଙ୍କ ସହିତ ଛୁଟି ବିତାଇବା ପାଇଁ ରିସୋର୍ଟକୁ ଆସିଥିଲେ। ଏହି ଭିଡ଼ିଓଟି ଜୁଲାଇ ୫ରେ ଶୁଟିଂ କରାଯାଇଥିଲା। ସୂଚନାଯୋଗ୍ୟ, ଏଭଳି ଏକ ବୃହତ କୁମ୍ଭୀର ଗତବର୍ଷ ଫ୍ଲୋରିଡ଼ାରେ ଦେଖିବାକୁ ମିଳିଥିଲା।

Share