ଘର ଭିତରୁ ୧୫ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ କଳାକାଦ ଅସନବଣି ଅଞ୍ଚଳରୁ ସୋମବାର ୧୫ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି । କଳାକାଦ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଏକ ବିରାଟକାୟ ଅହିରାଜ ପଶି ଗର୍ଜନ କରୁଥିଲା। ପରିବାର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଖବର ପରେ ନୀଳଗିରିରୁ ସାପ ବିଶେଷଜ୍ଞ ସୁଶାନ୍ତ ମହାପାତ୍ର, ଗୟାଧର ବେହେରା, ବିରଜା ଶଙ୍କର ବେହେରା ପ୍ରମୁଖ ପହଞ୍ଚି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପକୁ ପାଖ କୂଳଡିହା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।