ଗୋପ, ୧୭ା୮(ଡି.ଏନ୍.ଏ.): ଜନ୍ମଦାତ୍ରୀ ମା’ ପାଲଟିଲା ନିଷ୍ଠୁର। ପାରିବାରିକ କଳହକୁ ନେଇ ନିଜ ୧୫ମାସର ଶିଶୁ ପୁତ୍ରକୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଛି ମା’। ଗୋପ ଥାନା ଅଧୀନ ଶୋରଭା ପଞ୍ଚାୟତ ପାଇକପଡ଼ା ଗ୍ରାମର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ରବିବାର ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍ ଓ ଗୋପ ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିବାବେଳେ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇ ନାହିଁ।
ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପାଇକପଡ଼ା ଗ୍ରାମର ଚକ୍ରଧର ନାୟକ ନିକଟସ୍ଥ ପାଞ୍ଚେଣା ଗ୍ରାମର ରୋଜାଲିନ ନାୟକଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଚକ୍ରଧରଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଚକ୍ରଧର ଭୁବନେଶ୍ବରରେ ରହି ବ୍ୟବସାୟ କରୁଥିବାରୁ ପ୍ରାୟ ସମୟ ଘରେ ଅନୁପସ୍ଥିତ ରହିଥାନ୍ତି। ତେବେ ପାରିବାରିକ ସମସ୍ୟାକୁ ନେଇ ଅଧିକାଂଶ ସମୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିଥାଏ। ଏହାକୁ ନେଇ କୁଆଡ଼େ ରୋଜାଲିନ ରାଗିଯାଇ ପୁଅକୁ ମାରଧର କରିଥାନ୍ତି। ଏଥିଯୋଗୁ କିଛିଦିନ ତଳେ ଚକ୍ରଧର ଘରେ ଏକ ସିସିଟିଭି କ୍ୟାମେରା ଲଗାଇଥିଲେ। ଗତ ୬ତାରିଖ ରାତିରେ ଚକ୍ରଧର ଘରକୁ ଫେରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସେଥିରେ ପୁଅର ହାତଗୋଡ଼ ବାନ୍ଧି ତାକୁ ରୋଜାଲିନ ଅମାନୁଷିକ ଭାବେ ମାଡ଼ ମାରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ସେ ରୋଜାଲିନ୍ଙ୍କୁ ପଚାରିବାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ ଚକ୍ରଧର ଭୁବନେଶ୍ବର ଚାଲିଯାଇ ଏହି ସିସିଟିଭି ଫୁଟେଜକୁ ଭାଇରାଲ କରିଦେଇଥିଲେ। ଏହାପରେ ଘଟଣା ପଦାକୁ ଆସିଥିଲା। ଏ ନେଇ ଗୋପ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ପାଇ ରବିବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଗୋପ ପୋଲିସ ପହଞ୍ଚି ରୋଜାଲିନ୍ଙ୍କୁ ପଚରାଉଚରା କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରି ଗୋପ ଥାନାକୁ ଆଣିଥିଲେ। ସ୍ବାମୀଙ୍କ ନିର୍ଯାତନା ଯୋଗୁ ଅଧିକ ମାତ୍ରାରେ ରାଗିଯାଇ ସେ ପୁଅକୁ ମାଡ଼ ମାରିଥିବା ରୋଜାଲିନ୍ ସ୍ବୀକାର କରିଛନ୍ତି। ଅପରପକ୍ଷରେ ପୁଅକୁ ମାରଧର ନେଇ ରୋଜାଲିନଙ୍କ ନାମରେ ଚକ୍ରଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସୁଧୀର ସାହୁ କହିଛନ୍ତି, ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ତ୍ରିପାଠୀ କହିଛନ୍ତି, ପ୍ରଥମେ ଶିଶୁପୁତ୍ରକୁ ଆମେ ସୁରକ୍ଷିତ ଭାବେ ରଖିବୁ। କାରଣ ତା’ ମା’ଙ୍କ ମାନସିକ ସ୍ଥିତି ଠିକ୍ ଥିବା ଜଣାପଡ଼ୁନାହିଁ।

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା
ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍
କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…
ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ
କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି
ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର
ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

ରାସ୍ତାକଡ଼ ପାଉଁଶରେ ପଡି ଶିଶୁ ମୃତ୍ୟୁ ଘଟଣା: ଗିରଫ ହେଲେ ରାଇସ୍ ମିଲ୍ ମାଲିକ
ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ...