Categories: ଜାତୀୟ

ଏଲ୍‌ଓସିର ପାନସରରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପୁଣି ଏକସୁଡ଼ଙ୍ଗ ଠାବ କରାଯାଇଛି। କଠୁଆ ଜିଲାର ହୀରନଗରର ପାନସରଠାରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗକୁ ବିଏସ୍‌ଏଫ୍‌ ଯବାନମାନେ ଠାବ କରିଛନ୍ତି। ଗତ ୧୦ ଦିନ ମଧ୍ୟରେ ଏଲ୍‌ଓସିରେ ଦ୍ୱିତୀୟ ସୁଡ଼ଙ୍ଗର ସନ୍ଧାନ ମିଳିଥିବା ଶନିବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀଦ୍ୱାରା ତାଲିମ ପ୍ରାପ୍ତ ଆତଙ୍କବାଦୀଙ୍କୁ ଏସବୁ ସୁଡ଼ଙ୍ଗ ବାଟେ ଗତ ୮ ବର୍ଷ ଧରି ଭାରତରେ ଅନୁପ୍ରବେଶ କରାଯାଉଥିବା ଅନୁମାନ କରାଯାଉଛି। ଭାରତୀୟ ପରଓ୍ବାର୍ଡ ପୋଷ୍ଟ ୧୪ ଏବଂ ୧୫ ମଧ୍ୟରେ ଏହି ସୁଡ଼ଙ୍ଗ ରହିଛି। ସୁଡ଼ଙ୍ଗର ଅପରପାର୍ଶ୍ୱ ପାକିସ୍ତାନର ଶାକରଗଡ଼ ଜିଲାର ଅଭିୟାଲ ଡୋଗରା ଏବଂ କିଙ୍ଗ୍‌ରେ-ଡେ-କୋଠେ ବର୍ଡର ଆଉଟ୍‌ ପୋଷ୍ଟ ସମ୍ମୁଖରେ ରହିଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

Share