କରାଚି,୧୬।୭: ପାକିସ୍ତାନର କରାଚିରେ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଛି। ଶପିଂ ମଲ୍ ନିର୍ମାଣ ପାଇଁ ମନ୍ଦିର ଭଙ୍ଗାଯାଇଥିବା ଜଣାପଡିଛି। ଏହି କାରଣରୁ ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ, କରାଚିର ସୋଲଜର ବଜାରରେ ମାରି ମାତାଙ୍କର ଏକ ମନ୍ଦିର ଅଛି। ଏହା ୧୫୦ ବର୍ଷରୁ ଅଧିକ ପୁରୁଣା ମନ୍ଦିର। ଶପିଂ ପ୍ଲାଜା ନିର୍ମାଣ ପାଇଁ ଜୁଲାଇ ୧୪ ରାତିରେ ଜଣେ ଅଜ୍ଞାତ ବିଲଡର ଏହାକୁ ଭାଙ୍ଗି ଦେଇଥିଲେ। କୁହାଯାଉଛି ଯେ ମନ୍ଦିରର ଜମି ଏକ ଶପିଂ ପ୍ଲାଜା ପ୍ରମୋଟରଙ୍କୁ ୭ କୋଟି ଟଙ୍କାରେ ବିକ୍ରି କରାଯାଇଛି।