ସିଏସ୍‌କେକୁ ଚିଠି ଲେଖିଲେ ୧୬ ବର୍ଷର ବାଳକ, ଧୋନୀ ହେଲେ ଭାବପ୍ରବଣ

ମୁମ୍ବାଇ,୧୮।୫: ଆଇପିଏଲ୍‌ ୨୦୨୨ରେ ଏପର୍ଯ୍ୟନ୍ତ ୬୫ଟି ମ୍ୟାଚ ଖେଳାଯାଇଛି। ଗୁଜରାଟ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଛନ୍ତି। ଚେନ୍ନାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି ଏବଂ ମାତ୍ର ୪ଟି ଜିତିଛି। ୮ ପଏଣ୍ଟ ସହିତ, ସିଏସକେ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛି। ତେବେ ଚେନ୍ନାଇର ପ୍ରଦର୍ଶନ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିନାହିଁ। ସିଏସକେ ଏବଂ ଏହାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଜଣେ ପ୍ରଶଂସକ ଏକ ଚିଠି ଲେଖିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏମଏସ ଧୋନୀଙ୍କ ପାଇଁ ଏହି ବିଶେଷ ଚିଠି ଲେଖିଛନ୍ତି ୧୬ ବର୍ଷୀୟ ବାଳକ। ଧୋନୀ ଏହା ଦେଖି ଭାବପ୍ରବଣ ହୋଇପଡି ଏଥିରେ ଦସ୍ତଖତ କରିଛନ୍ତି। ସିଏସକେର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟରେ ଚିଠିର ଫଟୋ ଦିଆଯାଇଛି। ଧୋନୀ କିପରି ଯୁବ ପ୍ରଶଂସକଙ୍କୁ କ୍ରିକେଟ ଖେଳକୁ ଭଲ ପାଇବାକୁ ପ୍ରେରଣା ଦେଇଛନ୍ତି ଏବଂ ଏହି ଖେଳ ପ୍ରତି ସ୍ନେହ ଦେଖାଇବାରେ ସେ କେତେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ତାହା ମଧ୍ୟ ଏହି ବାର୍ତ୍ତାରେ ସାମିଲ ଅଛି। ଧୋନୀଙ୍କ କ୍ରିକେଟ ଯାତ୍ରା ତାଙ୍କ ଜୀବନର ଏକ ଅଂଶ ହୋଇଛି। ଧୋନୀଙ୍କ ଶାନ୍ତ ସ୍ବଭାବ ହିଁ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଚିଠି ପାଇବା ପରେ ଧୋନୀ ମଧ୍ୟ ଭାବପ୍ରବଣ ହୋଇପଡିଥିଲେ। ସେ ଏହି ଚିଠିକୁ ଫ୍ରେମ କରିଥିଲେ। ଏହି ଚିଠି ଉପରେ ପ୍ରତିକ୍ରିୟା ପ୍ରକାଶ କରି ମାହି ଲେଖିଛନ୍ତି, ‘ଭଲ ଲେଖିଛ,ଶୁଭକାମନା’।

Share