Categories: ଜାତୀୟ

୧୬ ବର୍ଷ ବୟସ୍କ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ: ହାଇକୋର୍ଟଙ୍କ ରାୟ…

ଶିଲଂ,୨୫।୬ : ମେଘାଳୟ ହାଇକୋର୍ଟ କହିଛନ୍ତି ୧୬ ବର୍ଷର ପୁଅ କିମ୍ବା ଝିଅ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜଣେ ଯୁବକଙ୍କ ବିରୋଧରେ ଥିବା ପୋକ୍ସା ମାମଲାକୁ ଖାରଜ କରିଦେଇଛନ୍ତି। ପୋକ୍ସା ଅଧିନିୟମ ବିଷୟରେ ମେଘାଳୟ ହାଇକୋର୍ଟ କହିଛନ୍ତି, ଏହି ନିୟମ ସ୍ପଷ୍ଟ ଭାବରେ ଦର୍ଶାଉଛି ରୋମାଣ୍ଟିକ ସମ୍ପର୍କ ସହ ଜଡିତ ବାଳକ କିମ୍ବା ବାଳିକାମାନେ ଯେଉଁ ମାମଲା ରୁଜୁ କରନ୍ତି ତାହା ଶୁଣାଣି କରିବାକୁ ଆମେ ଇଚ୍ଛା କରୁନାହିଁ’। କୋର୍ଟ କହିଛନ୍ତି ଏହି ବୟସର ପିଲାମାନେ କ’ଣ କରିବାକୁ ଯାଉଛନ୍ତି ତାହା ଭଲ ଭାବେ ବୁଝିଛନ୍ତି।

ପୋକ୍ସୋ ମାମଲାରେ ନାବାଳିକାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଖାରଜ କରିବାକୁ ମେଘାଳୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଅ ସହିତ ଶାରୀରିକ ସମ୍ପର୍କରେ ଥିବା ଝିଇଟି ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲା। ଏହା ସହିତ ଅଦାଲତ କହିଛନ୍ତି, ପୁଅ ଏବଂ ଝିଅ, ଯେଉଁମାନେ ଅତିକମରେ ୧୬ ବର୍ଷ ବୟସ୍କ ସେମାନଙ୍କଠାରେ ସାଧାରଣତଃ ପାରସ୍ପରିକ ସହମତିରେ କେଉଁଟି ଠିକ ଏବଂ କେଉଁଟି ଭୁଲ ତାହା ସ୍ଥିର କରିବାକୁ ଯଥେଷ୍ଟ ବୁଝାମଣା ଥାଏ ।

ପରିବର୍ତ୍ତିତ ସାମାଜିକ ଆବଶ୍ୟକତା ସହିତ ଗତି କରିବା ଏବଂ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ସହମତି ଭିତ୍ତିକ କାର୍ଯ୍ୟ। ଏହି ମାମଲାରେ ଅଭିଯୁକ୍ତଙ୍କ ଆଇନଜୀବୀଙ୍କ ହାଇକୋର୍ଟଙ୍କୁ କହିଛନ୍ତି ପୀଡିତା ନିଜେ ତାଙ୍କ ବିବୃତ୍ତିରେ ପ୍ରକାଶ କରିଛନ୍ତି ଶାରୀରିକ ସମ୍ପର୍କ ସମୟରେ କୌଣସି ବାଧ୍ୟବାଧକତା ନ ଥିଲା। ଏହା ସହମତିରେ ହୋଇଥିଲା।

 

Share