Categories: ଜାତୀୟ

୫୦ରୁ ଅଧିକ ଯୁବତୀଙ୍କୁ ଲୁଟିଲେ ୧୯ ବର୍ଷ ବୟସ୍କ ଯୁବକ

ଫରିଦାବାଦ,୧୧।୨: ହରିୟାଣାର ଫରିଦାବାଦରେ ବାସ କରୁଥିବା ଜଣେ ୧୯ ବର୍ଷ ବୟସ୍କ ଯୁବକ ଅନ୍‌ଲାଇନ୍‌ରେ ୫୦ରୁ ଅଧିକ ଯୁବତୀ, ମହିଳା ତଥା ନାବାଳିକାଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସର ସାଇବର ଆପରାଧିକ ଶାଖା ପକ୍ଷରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ରହିମ୍‌ ଖାଁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତେବେ ଇଣ୍ଟରନେଟ୍‌ କ୍ଷେତ୍ରରେ ସେ ବଶେ୍‌ ସକ୍ରିୟ। ବିଭିନ୍ନ ସୋସିଆଲ ମିଡ଼ିଆରେ ତାଙ୍କର ବହୁ ଫେକ୍‌ ଆକାଉଣ୍ଟ ରହିଛି। ସୋସିଆଲ ମିଡ଼ିଆରେ ସେ ଯୁବତୀ, ମହିଳା ଏବଂ ନାବାଳିକାଙ୍କ ସହିତ ପରିଚୟ ସୃଷ୍ଟି କରିଥାନ୍ତି। ଧୀରେଧୀରେ ଏହାକୁ ରହିମ୍‌ ନିବିଡ଼ କରିଥାନ୍ତି। ଏହାପରେ ସେମାନଙ୍କ ଆପତ୍ତିଜନକ ଫଟୋକୁ ଏଡିଟ୍‌ କରି ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରି ଭାଇରାଲ କରିବାକୁ ଧମକ ଦେଇ ଟଙ୍କା ଦାବି କରିଥାନ୍ତି। ଏନେଇ ଦକ୍ଷିଣ ଦିଲ୍ଲୀର ଆର୍‌.କେ. ପୁରମ୍‌ ଥାନାରେ ଜଣେ ଯୁବତୀ ଏକ ମାମଲା ରୁଜୁ କରିଥିଲେ। ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ଲଗାତାର ଅଜଣା ବ୍ୟକ୍ତିଙ୍କଠାରୁ ମେସେଜ୍‌ ଆସୁଥିବା ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରା ଜାରି ରହିଛି।

Share