Categories: ଜାତୀୟ

ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍‌କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ

ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ସୁରଟରେ। ସହରର ପ୍ରତାପନଗରରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ୨ ବର୍ଷର ଶିଶୁ ପଡ଼ିଯାଇଥିବା ସିସିଟିଭିରେ କଏଦ ହୋଇଛି। ଶିଶୁଟି ମୋବାଇଲରେ କାର୍ଟୁନ ଦେଖୁଥିବା ସମୟରେ ତଳକୁ ଖସି ପଡ଼ିଥିଲା। ଶବ୍ଦ ଶୁଣି ଜଣେ ବ୍ୟକ୍ତି ପିଲାଟିକୁ ପଡ଼ିବା ସମୟରେ ଧରି ନେଇଛନ୍ତି। ସେହି ବ୍ୟକ୍ତି ଜଣକ ଜାଣି ନ ଥିଲେ ପିଲାଟି କାହାର କେମିତି ପଡ଼ିଲା। ସେ ଏତେତେଣେ ଦୌଡ଼ିବାରେ ଲାଗିଲେ। ଯାହାକି ସିସିଟିଭିରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଆପାର୍ଟମେଣ୍ଟରେ ରହୁଥିବା ଓ୍ବାଶିମ୍‌ ଅନ୍‌ସାରୀ କାମ କରିବାକୁ କେଉଁଆଡ଼େ ଚାଲିଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ ଏବଂ ଦୁଇବର୍ଷର ପୁଅ ଓ୍ବାରିସ ଥିଲେ। ଓ୍ବାଶିମ୍‌ଙ୍କ ସ୍ତ୍ରୀ ପୁଅକୁ କାର୍ଟୁନ ଦେଖିବାକୁ ମୋବାଇଲ ଧରାଇ ବାଥ୍‌ରୁମ ଯାଇଥିଲେ। ଏହି ସମୟରେ ଶିଶୁପୁତ୍ରଟି ବାଲ୍‌କୋନିରୁ ଖସି ପଡ଼ିଥିଲା। ତଳେ ଯାଉଥିବା ଜଣେ ବ୍ୟକ୍ତି ପିଲାଟିକୁ କୋଳେଇ ନେଇଥିଲେ। ତଥାପି ପିଲାଟିକୁ ଆଘାତ ଲାଗିଛି। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି।

Share