Posted inଫୁରସତ

୫ ମହଲାରୁ ଗଳିପଡ଼ିଲା ୨ ବର୍ଷର ଶିଶୁ, ହିରୋ ପରି ଜୀବନ ରକ୍ଷା କଲେ ପଡ଼ୋଶୀ

ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଚକିତ ହୋଇଯିବେ। ଏହି ଘଟଣା ପୂର୍ବ ଚାଇନାର ଜିଆଙ୍ଗସୁ ଜିଲାରେ ଘଟିଛି। ଏଠାକାର ହୁଇଆନ ସହରର ଜୁୟି କାଉଣ୍ଟିସ୍ଥିତ ୫ ମହଲା ବିଶିଷ୍ଟ କୋଠାରୁ ଏକ ଶିଶୁ ତଳକୁ ଖସି ପଡୁଥିବା ବେଳେ ଜଣେ ପଡ଼ୋଶୀ ହିରୋ ପରି କ୍ୟାଚ୍‌ କରି ନେଇ ତା’ର ଜୀବନ ବଞ୍ଚାଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ୯ ଜୁଲାଇରେ ଜଣେ ଦୁଇବର୍ଷର ଶିଶୁ ବେଡ୍‌ରୁମରେ ନିଜକୁ ଲକ୍‌ କରିଦେଇଥିଲା। ଏହା ପରେ ଶିଶୁଟି ଏକ ଷ୍ଟୁଲ୍‌ ପକାଇ ବେଡ୍‌ରୁମ୍‌ ବାହାର ଝରକା ପର୍ଯ୍ୟନ୍ତ ଆସିଥିଲା। ବାହାରିବା ସମୟରେ ଏସି ୟୁନିଟ୍‌ ନିକଟରେ ଝୁଲି ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ଲି ଦିହାଇ ଶିଶୁଟିକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ଆଉ ୩ ଜଣ ଲୋକଙ୍କୁ ଡାକିଥିଲେ। ସେ ଭାବିଥିଲେ ଯଦି ପିଲାଟି ପଡ଼ିଯାଏ, ତେବେ ଖଣ୍ଡିଆଖାବରା ହେବ। ତେଣୁ ସେ ଏକ କମ୍ବଳ ଆଣିଥିଲେ। ପିଲାଟି ଗଳିପଡ଼ିବା ସମୟରେ ସେଥିରେ ତାକୁ କ୍ୟାଚ୍‌ କରିନେଇଥିଲେ।
ଲି ପିଲାଟିକୁ ଧରିବା ସମୟରେ ଆହତ ହୋଇଛନ୍ତି। ତାଙ୍କର ଏହି ସାହସିକତା ପାଇଁ ସ୍ଥାନୀୟ ଅଧିକାରୀମାନେ ପ୍ରଶଂସା କରିବା ସହ ସମ୍ମାନିତ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।...

ଭୟଙ୍କର ଭବିଷ୍ୟବାଣୀ କଲେ ନାଷ୍ଟ୍ରେଦମସ, ୨୦୨୫ରେ ବ୍ରହ୍ମାଣ୍ଡରୁ ମାଡି ଆସିବ ଅଗ୍ନିପିଣ୍ଡ, ପୁଣି ଆସିବ କରୋନା ଠାରୁ ବଡ଼ ମହାମାରୀ…

ନୂଆଦିଲ୍ଲୀ,୧୧।୧୨: ଷୋଡଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାଷ୍ଟ୍ରେଦମସଙ୍କ ଅନେକ ଭବିଷ୍ୟବାଣୀ ସଠିକ ପ୍ରମାଣିତ ହୋଇଛି। ୨୦୨୪ ପାଇଁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri