ଲିଭରରୁ ବାହାରିଲା ୨୦ ସେମିର ଷ୍ଟିଲ୍‌ ଛୁରୀ…

ନୂଆଦିଲ୍ଲୀ, ୨୮।୭: ଏମ୍ସ୍‌ର ଡାକ୍ତରମାନେ ଏକ ନିଆରା ଅପରେଶନ୍‌ କରିଛନ୍ତି। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଲିଭରରେ ରହିଥିବା ୨୦ ସେମି ଲମ୍ବର ଷ୍ଟିଲ୍‌ ଛୁରୀ ବାହାର କରିଛନ୍ତି। ଏବେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ଥିବା ଦିଲ୍ଲୀ ଏମ୍ସ୍‌ ପକ୍ଷରୁ କୁହାଯାଇଛି। ହରିୟାଣାର ୨୮ ବର୍ଷ ଏହି ବ୍ୟକ୍ତି ଜଣକ ଦେଢ଼ମାସ ତଳେ ଛୁରୀକୁ ଗିଳି ଦେଇଥିଲେ। ଏହାପରେ ସାଧାରଣ ଭାବେ ସେ ଚଳପ୍ରଚଳ ହେଉଥିଲେ। ତାଙ୍କର ତଳିପେଟରେ ଯନ୍ତ୍ରଣା ହେବା ସହିତ ଭୋକ ନ ହେବାରୁ ତାଙ୍କର ଏକ୍ସ୍‌-ରେ କରାଯାଇଥିଲା। ଜଣାପଡ଼ିଥିଲା ତାଙ୍କର ଲିଭରରେ ଏକ ବଡ଼ ଛୁରୀ ଅଟକି ରହିଛି। ଏମ୍ସ୍‌ର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ସର୍ଜନ ଡାକ୍ତର ଏନ୍‌.ଆର୍‌. ଦାସଙ୍କ ନେତୃତ୍ୱରେ ବ୍ୟକ୍ତିଙ୍କର ଅପରେଶନ୍‌ କରାଯାଇଥିଲା। ବ୍ୟକ୍ତି ଜଣକ ଛୁରୀ ଗିଳିଥିବା ତାଙ୍କ ପରିବାର ସଦସ୍ୟଙ୍କୁ ଜଣା ନ ଥିଲା। ସେ କାହିଁକି ଏପରି କଲେ ତାହା ଜଣାପଡ଼ି ନାହିଁ।

Share