Categories: ଜାତୀୟ

ଭାରତ-ବାଂଲାଦେଶ ସୀମାରେ ୨୦୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

କରିମଗଞ୍ଜ୍‌,୩।୧: ଭାରତ ଏବଂ ବାଂଲାଦେଶ ସୀମାରେ ଏକ ୨୦୦ ମିଟର ଲମ୍ବ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଆସାମର କରିମଗଞ୍ଜ୍‌ ଅଞ୍ଚଳର ବଲିଆଠାରେ ପୋଲିସ ପକ୍ଷରୁ ଏହାକୁ ଠାବ କରାଯାଇଛି। ଏହି ସୁଡ଼ଙ୍ଗ ଦେଇ ଅନ୍ତର୍ଜାତୀୟ ଚୋରାକାରବାର ଏବଂ ଅପହରଣ ହେଉଥିବା ସନ୍ଦେହ କରାଯାଉଛି। ଏକ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ସୁଡ଼ଙ୍ଗ ସମ୍ପର୍କରେ ପୋଲିସ ଜାଣିପାରିଥିଲା। ଡିସେମ୍ବର ୨୮ରେ ଦିଲବର ହୁସେନ ନାମକ ଜଣେ ବାଳକଙ୍କୁ ଅପହରଣ କରାଯାଇଥିଲା। ଏନେଇ ତାଙ୍କ ପରିବାରଠାରୁ ୫ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ତାଙ୍କୁ ଉଦ୍ଧାର କରିବା ଲାଗି ପୋଲିସ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ହୁସେନଙ୍କୁ ଉଦ୍ଧାର କରିବା ପରେ ପୋଲିସ ଟିମ୍‌ ସୁଡ଼ଙ୍ଗ ସମ୍ପର୍କରେ ଜାଣିପାରିଥିଲେ।

Share