Categories: ଜାତୀୟ

ବିବାହ ପାଇଁ ମନା କରିବାରୁ କଲେଜ ଛାତ୍ରୀଙ୍କୁ ଲୁହାଛଡ଼ରେ ପିଟି ହତ୍ୟା

ନୂଆଦିଲ୍ଲୀ,୨୮ା୭: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଅରବିନ୍ଦ କଲେଜ ନିକଟ ପାର୍କରେ ଜଣେ ୨୫ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶୁକ୍ରବାର ଲୁହାଛଡ଼ରେ ପିଟି ହତ୍ୟା କରାଯାଇଛି। ମୃତା ନର୍ଗିସଙ୍କ ମୁଣ୍ଡରେ କ୍ଷତଚିହ୍ନ ରହିଥିବାବେଳେ ମୃତଦେହ ନିକଟରୁ ଏକ ଲୁହା ରଡ୍‌ ପୋଲିସ ପାଇଛି। ନର୍ଗିସ କମଳା ନେହେରୁ କଲେଜର ଛାତ୍ରୀ ହୋଇଥବାବେଳେ ସେ ତାଙ୍କର ଦୂର ସମ୍ପର୍କୀୟ ଭାଇ ଇର୍ଫାନଙ୍କୁ ଭେଟିବା ଲାଗି ପାର୍କକୁ ଆସିଥିଲେ। ହତ୍ୟା ଅଭିଯୋଗରେ ଇର୍ଫାନଙ୍କୁ ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ ଇର୍ଫାନ ନର୍ଗିସଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସେ ଚାକିରି କରି ନ ଥିବାରୁ ଝିଅଘର ପରିବାର ବିବାହ ପାଇଁ ରାଜି ନ ଥିଲେ। ବିବାହ ଭାଙ୍ଗିଯିବା ଓ ନର୍ଗିସ ଫୋନ୍‌ ନ ଉଠାଇବାରୁ ଇର୍ଫାନ ବିଚଳିତ ଥିଲେ। ସେଥିପାଇଁ ସେ ନର୍ଗିସଙ୍କୁ ହତ୍ୟା କରିଥିବା ଦକ୍ଷିଣ ଦିଲ୍ଲୀ ଡିସିପି ଚନ୍ଦନ ଚୌଧରୀ କହିଛନ୍ତି।

Share