Categories: ଫୁରସତ

୭୦ ବର୍ଷିୟ ବୃଦ୍ଧଙ୍କ ପ୍ରେମରେ ଜ୍ୟାକି

ଏକ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ଜଣେ ୨୮ବର୍ଷର ଝିଅ ୭୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଲୋକମାନେ ଏହି ବିବାହ ବିଷୟରେ ଭିନ୍ନ କଥା କହୁଛନ୍ତି। କିଛି ବ୍ୟବହାରକାରୀ କୁହନ୍ତି ଯେ ଝିଅଟି ଟଙ୍କା ଲୋଭ ହେତୁ ବୃଦ୍ଧଙ୍କୁ ବିବାହ କରିଛନ୍ତି। ଏଥି ସହିତ, କେହି କେହି କହୁଛନ୍ତି ଯେ, ଝିଅଟି ଆମେରିକାରେ ରହିବାକୁ ସବୁଜ କାର୍ଡ ଚାହୁଁଥିଲା, ତେଣୁ ସେ ଜଣେ ୭୦ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି।

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଝଅଟି ଟ୍ରୋଲରମାନଙ୍କୁ ଉତ୍ତର ଦେଇ କହିଛନ୍ତି, ତାଙ୍କ ପ୍ରେମ ସତ ଏବଂ ସେ ତାଙ୍କ ଜୀବନରେ ବହୁତ ଖୁସି। କିଏ ତାଙ୍କୁ କ’ଣ କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ସୂଚନାଯୋଗ୍ୟ, ସେ ୨୮ବର୍ଷର ଝିଅଙ୍କ ନାଁ ଜ୍ୟାକି ଏବଂ ବୃଦ୍ଧଙ୍କ ନାମ ଡେଭିଡଙ୍କର ଅଟନ୍ତି। ବିବାହ ପୂର୍ବରୁ ଜ୍ୟାକି ଫିଲିପାଇନ୍ସରେ ରହୁଥିବାବେଳେ ଡେଭିଡ ଆମେରିକାର ବାସିନ୍ଦା ଥିଲେ।

ଏକ ଡେଟିଂ ସାଇଟରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏଠାରୁ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା। ତା’ପରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଏବଂ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେଲା। ପ୍ରେମର ଅଭିବ୍ୟକ୍ତ କରିବା ପରେ ଦୁହେଁ ପରସ୍ପରକୁ ଭେଟିବା ଆରମ୍ଭ କରିଦେଲେ। ଜ୍ୟାକିଙ୍କୁ ଭେଟିବା ପାଇଁ ଡେଭିଡ ଆମେରିକାରୁ ଫିଲିପାଇନ୍ସ ଯାତ୍ରା କରିଥିଲେ। ସାକ୍ଷାତ ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ଯୋଜନା କରିଥିଲେ ଏବଂ ଶେଷରେ ୨୦୧୮ରେ ଜ୍ୟାକି ଏବଂ ଡେଭିଡ ବିବାହ କରିଥିଲେ। ବିବାହ ପରେ ଜ୍ୟାକି କାଲିଫର୍ନିଆର ଓକଲ୍ୟାଣ୍ଡକୁ ସିଫ୍ଟ ହୋଇଗଲେ।

Share