ଚକୋଲେଟ ଦେଇ ୩ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର

ସୋର, ୮ା୧୨ (ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରେ ଏକ ୩ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର କରାଯାଇଛି। ଶୁକ୍ରବାର ସକାଳେ ଝିଅଟି ଖେଳୁଥିବା ବେଳେ ଚକୋଲେଟ ଦେଇ ମହେଶ୍ୱର ଧଡ଼ା(୨୧) ନାମକ ଯୁବକ ଘର ନିକଟରେ ଥିବା ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ବଳାତ୍କାର କରିଥିଲେ। ଏନେଇ ପରିବାର ଲୋକେ ଜାଣିବା ପରେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମହେଶ୍ୱରଙ୍କୁ ଗିରଫ କରି ସୋର ଡାକ୍ତରଖାନାରେ ଡାକ୍ତରୀମାଇନା କରିଛି । ଏନେଇ ସୋର ଥାନାରେ ମାମଲା(ନଂ. ୮୭୨/୨୩) ରୁଜୁ ହୋଇଛି। ସମ୍ପୃକ୍ତ ଯୁବକ ସମସ୍ତ ଘଟଣା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଶନିବାର ଗିରଫ ଯୁବକଙ୍କୁ କୋର୍ଟଚାଲାଣ କରାଯିବ।

Share