Advertisement

ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲ ଦେଖିଲେ ତ୍ରିପୁରାର ୩୦ ଜଣିଆ ଟିମ୍‌: କଲେ ପ୍ରଶଂସା

ଛତ୍ରପୁର, ୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାକୁ ତ୍ରିପୁରା ରାଜ୍ୟର ୩୦ ଜଣିଆ ସଦସ୍ୟଙ୍କ ଟିମ ବୁଲିବାକୁ ଆସିଥିଲେ। ବିଶେଷକରି ଗଞ୍ଜାମ ଜିଲାରେ ଚାଲିଥିବା ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲକୁ ଦେଖିବା ସହ ତ୍ରିପୁରା ଟିମ ଏହାର ପ୍ରଶଂସା କରିଥିଲେ। ଏହି ପରିଦର୍ଶନବେଳେ ମଣି ନାଗେଶ୍ୱର ଟେଲରିଙ୍ଗ ୟୁନିଟ ବୁଲିବା ସହ ମହିଳା ସଙ୍ଘ ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଝାଡୁ, ବିଭିନ୍ନ ସସ, ଘରକରଣା ସାମଗ୍ରୀ, ହସ୍ତ ଶିଳ୍ପ ସାମଗ୍ରୀ ଉକ୍ତ ଟିମ ଦେଖିଥିଲେ। ଏହାର ବିକ୍ରିବଟା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଉକ୍ତ ମହିଳା ସଙ୍ଘ ସଦସ୍ୟଙ୍କୁ ସମର୍ଥନ କରିବାକୁ ଯାଇ ସେମାନଙ୍କଠାରୁ ବିଭିନ୍ନ ସାମଗ୍ରୀ ତ୍ରିପୁରା ଟିମ ସଦସ୍ୟ କିଣିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share