Categories: ଫୁରସତ

୩୪୦୦ ବର୍ଷର ମମି ଆକୃତି ମୃତଦେହ

କାଏରୋ: ନିକଟରେ ମିଶରରେ ପ୍ରାଚୀନ କବର ମିଳିଛି। ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଛି। କୁହାଯାଉଛି, ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍‌ଡମ୍‌ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ। ରିପୋର୍ଟ ମୁତାବକ, ମିଶର ରାଜଧାନୀ କାଏରୋଠାରୁ ୨୨୦ କି.ମି. ଦକ୍ଷିଣରେ ମିନ୍ୟାରେ ଟୁନା ଇଏଲ୍‌ ଗେବେଲ ନେକ୍ରୋପଲିସ୍‌ର ଅଲ୍‌ ଘୁରାଇଫା ଅଞ୍ଚଳରେ ଏହା ଘଟିଛି। ମିଶର ମିନିଷ୍ଟ୍ରି ଅଫ୍‌ ଟୁରିଜମ୍‌ ଆଣ୍ଡ ଆଣ୍ଟିକ୍ୱିଟିଜ୍‌ ଅନୁସାରେ, କବରସ୍ଥାନରେ ବଡ଼ ସଂଖ୍ୟାରେ ପଥର କାଟି ତିଆରି ହୋଇଥିବା କବର ଏବଂ ଅନେକ ଆର୍କିଓଲୋଜିକାଲର ଅବଶେଷ ରହିଛି। ପ୍ରତ୍ୟେକ କବରରେ ବହୁ ପରିମାଣର ପ୍ରାଚୀନ ବସ୍ତୁ ରଖାଯାଇଛି; ଯେଉଁଥିରେ ‘ମୃତକଙ୍କ ବହି’ ଭଳି ପାପିରସ୍‌ ମିଳିଛି। ଏହା ପ୍ରାୟ ୫୦ ଫୁଟ ଲମ୍ବା ଏବଂ ତାହା ଭଲ ସ୍ଥିତିରେ ରହିଛି। ‘ମୃତକଙ୍କ ବହି’ ହେଉଛି ଏକ ପ୍ରାଚୀନ ମିଶରର ଅନ୍ତ୍ୟେଷ୍ଟି ପାଠ। ଏହା ସାଧାରଣତଃ ପାପିରସ୍‌ରେ ପତ୍ରରେ ଲେଖାଯାଏ। ସେଥିରେ ଅନେକ ପ୍ରକାର ମନ୍ତ୍ର ଲେଖାଯାଇଥାଏ। ବିଶ୍ୱାସ ରହିଛି ଏହା ପରଲୋକରେ ମୃତକଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। କବରରେ ୨ ମହିଳାଙ୍କ ନାମ ସାମିଲ ଥିବା ତାବୁଲ ମିଳିଛି, ଯେଉଁଥିରୁ ପ୍ରାଚୀନ ମିଶରର ଦେବତାଙ୍କ ଝିଅ ଡିଜ୍‌ହୁତିଙ୍କର।
ଏହି କବରସ୍ଥଳ ନ୍ୟୁ କିଙ୍ଗ୍‌ଡମ୍‌ ଯୁଗର ବୋଲି ବିଶ୍ୱାସ କରାଯାଏ।

Share