Categories: ଫୁରସତ

ମହିଳାଙ୍କ ବ୍ୟାଗ୍‌ରେ ୪ ଫୁଟିଆ ସାପ

ମୁମ୍ବାଇ: ବିମାନ ଯାତ୍ରା ସମୟରେ ବିଭିନ୍ନ ଜିନିଷ ସାଙ୍ଗରେ ନେବାକୁ ବାରଣ ରହିଥାଏ। ଏଥିସହ ସମସ୍ତ ଜିନିଷକୁ ଭଲଭାବେ ଯାଞ୍ଚ କରାଯାଇଥାଏ। ଗତ ଡିସେମ୍ବର ୧୫ରେ ଆମେରିକାର ଟାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍‌ରୁ ୪ ଫୁଟ ଲମ୍ବର ଏକ ସାପ ବାହାରିଥିଲା, ସେଥିପାଇଁ ତାଙ୍କୁ ବିମାନରେ ଯିବାକୁ ବାରଣ ହୋଇଥିଲା। ମହିଳା ଜଣକ ବ୍ୟାଗ୍‌ରେ ସାପ ନେଇ ବିମାନ ଯାତ୍ରା କରିବାକୁ ଚେଷ୍ଟା କରୁଥିଲେ। ସେ ବିମାନରେ ଚଢ଼ିବା ପୂର୍ବରୁ ତାଙ୍କ ବ୍ୟାଗ୍‌ର ସ୍କ୍ରିନିଂ କରାଯାଇଥିଲା। ସ୍କ୍ରିନିଂରେ ଜୋତା, ଲାପ୍‌ଟପ୍‌ ସହ କିଛି ଅଜବ ସାମଗ୍ରୀ ଦେଖିବାକୁ ମିଳିଥିଲା। ପରେ ତାଙ୍କ ବ୍ୟାଗ୍‌ ଖୋଲିବାରୁ ସେଥିରୁ ୪ ଫୁଟ ଲମ୍ବର ସାପ ବାହାରିଥିଲା। ଏହା ଦେଖି ଯଞ୍ଚ କରୁଥିବା ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳାଙ୍କୁ ଅଟକ ରଖାଯିବା ସହ ତାଙ୍କ ବିମାନ ଯାତ୍ରାକୁ ବାରଣ କରାଯାଇଥିଲା।

Share