କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍‌ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁ ପୁତ୍ରର ପରିଚୟ ଜଣାପଡ଼ିନାହିଁ । ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସିଡବ୍ଲ୍ୟୁସି ଓ ଡିସିପିଓଙ୍କ ନେତୃତ୍ୱରେ ରେମୁଣା ପୋଲିସ ସହାୟତାରେ କାଉନସିଲରଙ୍କ ଘରେ ଚଢ଼ାଉ କରାଯାଇଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଉଦ୍ଧାର ଶିଶୁପୁତ୍ର ସିଡବ୍ଲ୍ୟୁସି ହେପାଜତରେ ଥିବା ଜଣାପଡିଛି l

Share