Categories: ଜାତୀୟ

ଦୀପାବଳିରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର,୨୪।୧୦: ସାରା ଦେଶରେ ଦୀପାବଳୀ ପର୍ବ ବହୁ ହସ ଉଲ୍ଲାସରେ ପାଳନ କରାଯାଉଛି। ଗତ ୨ବର୍ଷ ହେଲା କରୋନା ଯୋଗୁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ। କରୋନା ବିପଦ କମି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କଟକଣା କୋହଳ ହୋଇଛି। ଫଳରେ ଚଳିତ ବର୍ଷ ଲୋକଙ୍କ ମନରେ ପର୍ବପର୍ବାଣୀକୁ ନେଇ ବହୁ ଉଲ୍ଲାସ ଭରି ରହିଛି। ଇତିମଧ୍ୟରେ ଲୋକଙ୍କ ଖୁସିକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିବା ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ସୂଚନା ମୁତାବକ, ସୋମବାର ସକାଳେ ଜମ୍ମୁ-କଶ୍ମୀର ବାରମୂଳା-ଶ୍ରୀନଗର ହାଇଓ୍ବେ ଉପରେ ଥିବା ଅନ୍‌ସାରୀ ଟୋୟୋଟା ଛକ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର କରାଯାଇଥିଲା। ଏହି ବ୍ୟାଗ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ବ୍ୟାଗ ଖୋଲିବାରୁ ସେଥିରେ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଥିବା ୫କିଲୋ ଆଇଡି ମିଳିଥିଲା। ପରେ ଏହାକୁ ସୁରକ୍ଷାକର୍ମୀମାନେ ନଷ୍ଟ କରିଦେଇଥିଲେ। ଫଳରେ ଏକ ବଡ଼ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି।

 

Share