Categories: ଜାତୀୟ

୫ ମାସର ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ, ନଚେତ୍‌…

ମୁମ୍ବାଇ,୧୧।୨: ପାଞ୍ଚ ମାସର କୁନି ଶିଶୁକୁ ଦିଆଯିବ ୨୨ କୋଟି ଟଙ୍କାର ଇଞ୍ଜେକସନ୍‌। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତିରା କାମତ ନାମକ ଏହି ଶିଶିଶୁ କନ୍ୟା ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଜୀବନ ରକ୍ଷା କରିବାକୁ ତାଙ୍କ ମାତାପିତା ଟଙ୍କା ଯୋଗାଡରେ ଲଗିପଡିଛନ୍ତି। ତିରାଙ୍କୁ ଏସଏମଏ-ଟାଇପ୍‌ ରୋଗ ଅଛି। ଏହାର ଚିକିତ୍ସା ପାଇଁ ୨୨ କୋଟି ମୂଲ୍ୟର ଜୋଲଗେନସ୍ମା ଇଞ୍ଜେକ୍ସନ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି। ଏହି ରୋଗ ହେଲେ ଶିଶୁଟି କେବଳ ୧୮ ମାସ ପର୍ଯ୍ୟନ୍ତ ବଞ୍ଚିପାରିବ। ତେଣୁ ତିରାଙ୍କ ପାଇଁ ଆମେରିକାର ଏହି ମହଙ୍ଗା ଇଞ୍ଜେକ୍ସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଶିଶୁର ପରିବାର ପ୍ରାୟ ୧୬ କୋଟି ଟଙ୍କା ସଂଗ୍ରହ କରିସାରିଛନ୍ତି। ଏଥିପାଇଁ ଶିଶୁର ପିତା ସୋସିଆଲ ମିଡିଆରେ ଏକ ପେଜ୍‌ ତିଆରି କରିଥିଲେ ଏବଂ ଏଥିରେ ପାଣ୍ଠି ଯୋଗାଡ କରିଥିଲେ। ଏପର୍ଯ୍ୟନ୍ତ ପ୍ରାୟ ୧୬ କୋଟି ସଂଗ୍ରହ କରିଛି। ପରିବାର ଆଶା କରୁଛି ଯେ ଇଞ୍ଜେକ୍ସନ ଶୀଘ୍ର ଡାକ୍ତରଖାନାକୁ ଆସିବ। ଏଥିରେ ପ୍ରାୟ ୬ କୋଟି ଟଙ୍କାର ଟ୍ୟାକ୍ସ ଲାଗିଯାଉଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଅନୁରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକସ ଛାଡ କରିଛନ୍ତି।

Share