Categories: ଜାତୀୟ

୧୯,୩୪୦ ଫୁଟ୍‌ ଉଚ୍ଚ ଗିରିଶୃଙ୍ଗରେ ୫ ବର୍ଷର ଶିଶୁ

ଚଣ୍ଡିଗଡ଼,୨୬ା୮: ପଞ୍ଜାବ ରୋପାର ଅଞ୍ଚଳର ୫ ବର୍ଷୀୟ ତେଗ୍‌ବୀର ସିଂ ମାଉଣ୍ଟ କିଲିମଞ୍ଜାରୋ ଆରୋହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏସିଆର ସର୍ବକନିଷ୍ଠ ପର୍ବତାରୋହୀ ହେବାର ଗୌରବ ଲାଭ କରିଛନ୍ତି। ତାଞ୍ଜାନିଆରେ ଅବସ୍ଥିତ ୧୯,୩୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ କିଲିମଞ୍ଜାରୋ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ। ଅଗଷ୍ଟ ୧୮ରେ ତେଗ୍‌ବୀର ପର୍ବତାରୋହଣ ଆରମ୍ଭ କରି ୨୩ରେ ପର୍ବତନର ସର୍ବୋଚ୍ଚ ଶୃଙ୍ଗ ଉହୁରୁଠାରେ ପହଞ୍ଚତ୍ଥିଲେ। ଉକ୍ତ ଗିରିଶୃଙ୍ଗରେ ଅମ୍ଳଜାନ ପରିମାଣ ବହୁତ କମ୍‌ ରହିବା ସହ ବିଯୁକ୍ତ ୧୦ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଥାଏ। ତେଣୁ ସ୍ବାସ୍ଥ୍ୟଗତ ସମସ୍ୟାର ମୁକାବିଲା ପାଇଁ ଦୀର୍ଘ ପ୍ରସ୍ତୁତି ଆବଶ୍ୟକ ପଡ଼ିଥାଏ। ଏସବୁ ଚ୍ୟାଲେଞ୍ଜକୁ ଏଡ଼ାଇଯାଇ ତେଗ୍‌ବୀର ଗିରିଶୃଙ୍ଗର ଶିଖରରେ ପହଞ୍ଚତ୍ବାରେ ସଫଳ ହୋଇଛନ୍ତି। ରୋପାରର ଶିଓ୍ବଲିକ୍‌ ପବ୍ଲିକ ସ୍କୁଲର ପ୍ରଥମ ଷ୍ଟାଣ୍ଡାର୍ଡ ଛାତ୍ର ତେଗ୍‌ବୀର ତାଞ୍ଜାନିଆ ନ୍ୟାଶନାଲ ପାର୍କସ ଏବଂ କିଲିମଞ୍ଜାରୋ ନ୍ୟାଶନାଲ ପାର୍କ କର୍ତ୍ତୃପକ୍ଷଙ୍କଠାରୁ ପର୍ବତାରୋହଣ ସାର୍ଟିଫିକେଟ ହାସଲ କରିଛନ୍ତି।

Share