Advertisement

ବିଦ୍ୟାଳୟ ପରିସରରୁ ବାହାରିଲା ୬ ଫୁଟ ଲମ୍ବର ନାଗ

କୋରୁକୋଣ୍ଡା,୧୧।୦୭(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ୬ ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ପିଲାମାନେ ପଡ଼ିଆରେ ଖେଳୁଥିବା ବେଳେ ବିଦ୍ୟାଳୟ ପାଚେରୀ ମଧ୍ୟରେ ଏହି ସାପଟିକୁ ଦେଖି ଶିକ୍ଷକ କରୁଣାକର ମଲିକଙ୍କୁ ଜଣାଇଥିଲେ। ଶିକ୍ଷକ ସ୍ନେକ୍‌ ହେଲ୍‌ପ ଲାଇନ୍‌ ନଂରେ  ଜଣାଇଥିଲେ। ସାପଧରାଳି ଧଳ ପହଞ୍ଚି ଉକ୍ତ ସାପକୁ ଧରି ଜଙ୍ଗଲରେ ଛାଡ଼ିଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share