ପୋଲିସ ପାଇଁ ୧୧ ହଜାର ଟଙ୍କା ଦେଲେ ୬ ବର୍ଷର ଶିଶୁ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ପାଇଁ ରାସ୍ତାରେ ଜଗୁଥିବାବେଳେ ଅମାନିଆଙ୍କୁ ଧରି ସାବାଡ କରୁଛନ୍ତି। ତେବେ ଏହି ସମୟରେ କରୋନାରେ ସଂକ୍ରମିତ ମଧ୍ୟ ହେଉଛନ୍ତି। ଏପରି ସ୍ଥଳେ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ୬ବର୍ଷର ଶିଶୁ ଦେବଙ୍କ ଅଗ୍ରଓ୍ବାଲଙ୍କୁ ଚିନ୍ତା ଘାରିଛି। ନିଜ ସଞ୍ଚିତ ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି। ବୁଧବାର ଦେବଙ୍କ ତାଙ୍କ ପରିବାର ଲୋକଙ୍କ ସହ ଯାଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଏହି ଟଙ୍କା ପ୍ରଦାନ କରିଛନ୍ତି। ଛୋଟ ପିଲାର ଏଭଳି ସହଯୋଗକୁ ପ୍ରଶଂସା କରିଛନ୍ତି କମିଶନର। ଏହା ପୋଲିସ କର୍ମଚାରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ସୌମେନ୍ଦ୍ର କହିଛନ୍ତି।

Share