Categories: ଜାତୀୟ

୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କଲେ ଗର୍ଭବତୀ ମହିଳା

ଥିରୁଭାନନ୍ତପୁରମ୍‌, ୮।୨: କେରଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗର୍ଭବତୀ ମହିଳା ତାଙ୍କର ୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କରିଛନ୍ତି। ପାଲାକ୍କାଡ଼ା ଜିଲାରେ ରବିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶାହିଦା ନାମ୍ନୀ ମହିଳା ଶିଶୁପୁତ୍ରଙ୍କୁ ପ୍ରଭୁଙ୍କୁ ସମର୍ପଣ କରିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଶିଶୁପୁତ୍ରଙ୍କୁ ହତ୍ୟ କରିବା ପରେ ସେ ନିଜେ ପୋଲିସକୁ ଡକାଇ ଥିଲେ। ଅନ୍ୟ ଘରେ ଶୋଇଥିବା ଶାହିଦାଙ୍କ ସ୍ବାମୀ ଏବଂ ୨ ସନ୍ତାନ ଏସମ୍ପର୍କରେ କୌଣସି ସୂଚନା ମଧ୍ୟ ପାଇ ନ ଥିଲେ। ଘରେ ପୋଲିସ ପହଞ୍ଚିବା ପରେ ସ୍ବାମୀ ଏବଂ ଅନ୍ୟ ୨ ସନ୍ତାନ ନିଦରୁ ଉଠି ଏଭଳି କାଣ୍ଡ ସମ୍ପର୍କରେ ଜାଣି ପାରିଥିଲେ। ପୋଲିସ ଶାହିଦାଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

Share