Categories: ଫୁରସତ

ମହିଳାଙ୍କ ପେଟରୁ ବାହାରିଲା ୯ କିଲୋ ସିଷ୍ଟ

ବ୍ୟାଙ୍କକ: ଅନେକ ଲୋକ ମୋଟାପଣର ଶିକାର ହୋଇଥାନ୍ତି। କେତେକ ବ୍ୟକ୍ତି ତାଙ୍କର ଏହି ମୋଟାପଣକୁ କମ୍‌ କରିବାରେ ସଫଳ ହୋଇଥିବାବେଳେ ଆଉ କିଛି ଚେଷ୍ଟା କଲେ ମଧ୍ୟ ତାହା କମି ନ ଥାଏ। ନିକଟରେ ଜଣେ ମହିଳାଙ୍କ ସହ ଏପରି ହୋଇଛି। ମୋଟାପଣ କମ୍‌ କରିବାକୁ ସେ ଅନେକ ପ୍ରକାର ପ୍ରଣାଳୀ ଆପଣେଇ ସାରିଥିଲେ ମଧ୍ୟ ତାହା କମି ନ ଥିଲା। ଫଳରେ ସେ ବାଧ୍ୟ ହୋଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଯାଞ୍ଚ ପରେ ତାଙ୍କ ପେଟରେ ଏକ ବଡ଼ ସିଷ୍ଟ(ମାଂସ ପିଣ୍ଡୁଳା ଭିତରେ ପାଣି ରହିବା) ଥିବା ଜଣାପଡ଼ିଥିଲା। ରିପୋର୍ଟ ମୁତାବକ, ଥାଇଲାଣ୍ଡର ଜଣେ ଡାକ୍ତର ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଡାକ୍ତର କହିଛନ୍ତି, ମହିଳାଙ୍କ ଶରୀର ବହୁତ ମୋଟା ଥିଲା। ମହିଳାଙ୍କ ଡିମ୍ବାଶୟରେ ୯ କିଲୋରୁ ଅଧିକ ଓଜନର ଅଲସର ଥିଲା। ଯଦି ମହିଳା ଏହାର ଯାଞ୍ଚ କରି ନ ଥାନ୍ତେ, ତେବେ ଏହା ପରେ ଟ୍ୟୁମରର ରୂପ ନେଇଯାଇଥାନ୍ତା ବୋଲି ଡାକ୍ତର କହିଛନ୍ତି। ଏହା ଡିମ୍ବାଗ୍ରନ୍ଥି ଅଲସର ଥିଲା, ଯାହା ଡିମ୍ବାଶୟରେ ବିକଶିତ ହୋଇଯାଇଥିଲା। ସାଧାରଣତଃ ଏହା ବଡ଼ ହୋଇ ଚେରି କୋଳି କିମ୍ବା ଆମ୍ବ ଆକାରର ହୋଇଥାଏ। ରିପୋର୍ଟ ମୁତାବକ, କେବଳ ୮ ପ୍ରତିଶତ ମହିଳାଙ୍କ ଦେହରେ ଡିମ୍ବାଗ୍ରନ୍ଥି ଅଲସର ହୋଇଥାଏ, ହେଲେ ଏତେ ବଡ଼ ଅଲସର ଡାକ୍ତର ପ୍ରଥମ ଥର ଦେଖିଥିବା କହିଛନ୍ତି।

Share