Posted inଫୁରସତ

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ

ବେଜିଂ: ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। ତେବେ ଏପରି ଜଣେ ଯୁବତୀ, ଯିଏ କି ତାଙ୍କ ଓଜନର ଦୁଇଗୁଣା ଏକ ଜୀବକୁ ମାରି ଖାଉଥିବା ଜଣାପଡ଼ିଛି। ନିଜକୁ ଫୁଡ୍‌ ବ୍ଲଗର କହୁଥିବା ଜଣେ ମହିଳା ନିକଟରେ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କର ଏହି ଭିଡିଓ ଚାଇନାରେ ପୂରା ବିବାଦର କାରଣ ହୋଇଛି। କାରଣ ଏଠାରେ କୁମ୍ଭୀରକୁ ବିନା ଲାଇସେନ୍ସରେ କେହି ଏମିତି ଖାଇପାରିବେନି। ଚୁ ନିଆଙ୍ଗ ସିଆଓ ହେ ନାମ୍ନୀ ଜଣେ ମହିଳା ସବୁବେଳେ ଖାଦ୍ୟପେୟର ଭିଡିଓ କରିଥାନ୍ତି। ତାଙ୍କର ଟିକ୍‌ଟକ୍‌ରେ ବହୁତ ଫଲୋୟର୍ସ ଅଛନ୍ତି। ସେ ସେଥିରେ ଘରେ ଏକ କୁମ୍ଭୀରକୁ ମାରି ତା’ର ପ୍ରସ୍ତୁତି ପ୍ରଣାଳୀ ଲୋକଙ୍କ ସହିତ ଶେୟାର କରିଛନ୍ତି। ଭିଡିଓରେ ସେ କୁମ୍ଭୀରର ମୁହଁ ବାନ୍ଧି ମାରିସାରିଲା ପରେ କାଟି ତାକୁ ରୋଷେଇ କରିଥିଲେ। ଏପରି ଭିଡିଓ ପାଇଁ ଏବେ ଉକ୍ତ ଯୁବତୀଙ୍କୁ ସୋସିଆଲ ମିଡିଆରେ ବ୍ୟାନ କରିବାକୁ ଦାବି ହେଉଛି। ଯୁବତୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି କୁମ୍ଭୀରକୁ କୃତ୍ରିମ ଉପାୟରେ ପାଳନ କରାଯାଇଛି। ଏହାର ଜୀବନ ସେମିତିରେ ହିଁ ଯାଇଥାନ୍ତା। ସେଥିପାଇଁ ସେ ଏହି ଭିଡିଓ କରିବାକୁ ତାକୁ ମାରିଥିବା କହିଛନ୍ତି। ତେବେ ଏହା ସେଠାରେ ବେଆଇନ ହୋଇଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri