କରୋନାକୁ ହରାଇଲେ ୯୦ ବର୍ଷୀୟ କ୍ୟାନ୍‌ସର ପୀଡ଼ିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)- କରୋନାକୁ ହରାଇଛନ୍ତି ୯୦ ବର୍ଷୀୟ ମୁରଲୀଧର ଶତପଥୀ। ସେ ଗଳା କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କୋଭିଡ୍‌କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ଗତ ୧୦ତାରିଖରେ ସେ କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ କ୍ୟାନ୍‌ସର ହସ୍ପିଟାଲ୍‌ରୁ ଭୁବନେଶ୍ୱରସ୍ଥିତ ଏକ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର, ନର୍ସ ଓ ପାରାମେଡିକ୍ସମାନଙ୍କ ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହୋଇଛନ୍ତି।

Share