Categories: ଫୁରସତ

ଗାଡ଼ି ଚଳାଉଛନ୍ତି ୯୫ ବର୍ଷୀୟା

କୋହିମା: ଶିଖିବାର କୌଣସି ବୟସ ନ ଥାଏ। ଏହି ଅର୍ଥକୁ ସାର୍ଥକ କରୁଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ୯୫ ବର୍ଷ ବୟସ୍କା ବୃଦ୍ଧା ଏକ କାର ଚଳାଉଥିବା ନଜର ଆସୁଛନ୍ତି। ଏହି ଭିଡିଓଟିକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ବହୁଳ ଭାବେ ପସନ୍ଦ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ଭିଡିଓକୁ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀ ତଥା ଭାଜପା ନେତା ଟେମ୍‌ଜେନ୍‌ ଇମ୍‌ନା ଆଲୋଙ୍ଗ ଶେୟାର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟେମ୍‌ଜେନ୍‌ ବେଶ୍‌ ସକ୍ରିୟ ରହୁଥିବା ବେଳେ ତାଙ୍କର ଏହି ପୋଷ୍ଟଟି ଅଳ୍ପ କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଥିଲା। ଏହି ପୋଷ୍ଟରେ ଜଣେ ବୃଦ୍ଧା ବେଶ୍‌ ଖୁସି ମିଜାଜରେ କାର ଚଳାଉଥିବା ଦେଖାଯାଇଛି। ବୃଦ୍ଧା ଜଣକ କାର୍‌ର ଡ୍ରାଇଭିଂ ସିଟ୍‌ରେ ବସିଥିବାବେଳେ ତାଙ୍କ ନାତି ମଧ୍ୟ ପାଖରେ ରହିଛନ୍ତି। ନାତିଠାରୁ ବୃଦ୍ଧା ମହିଳା ଜଣକ ଗାଡ଼ି ଚଳାଇବା ଶିଖୁଥିବା ନଜର ଆସୁଛନ୍ତି। ଏହି ସମୟରେ ବୃଦ୍ଧା ଜଣକ ନିଜ ନାତିଙ୍କ ସହ ଖୁସିରେ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ନାତି ଜଣକ ଅନେକ ପ୍ରଶ୍ନ ପଚାରୁଥିବା ବେଳେ ଏହାର ଅତି ମଜାଳିଆ ଢଙ୍ଗରେ ଉତ୍ତର ଦେଉଛନ୍ତି ତାଙ୍କ ଜେଜେ ମା’। ଉଭୟଙ୍କ ମଧ୍ୟରେ ଏହି କଥୋପକଥନକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ବେଶ୍‌ ପସନ୍ଦ କରୁଛନ୍ତି।

Share