ନନ୍ଦନକାନନରେ ଚିତ୍ରା ହରିଣ ଶାବକ ଜନ୍ମ

ବାରଙ୍ଗ,୬।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୯ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ମାଈ ଚିତ୍ରା ହରିଣ ସୋମବାର ଅପରାହ୍ନରେ ଗୋଟିଏ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆ ସୁସ୍ଥ ଥିବାବେଳେ ଛୁଆଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ଏହି ଶାବକଟି ଜନ୍ମ ହେବା ପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୫କୁ ପହଞ୍ଚିଛି। ସାଧାରଣତଃ ଏହି ପ୍ରଜାତିର ହରିଣ ସମତଳ, ଜଙ୍ଗଲ ଓ ଝରଣା ନିକଟରେ ବସବାସ କରନ୍ତି। ଏମାନେ ବର୍ଷସାରା ଗର୍ଭଧାରଣ କରିଥାନ୍ତି।

Share