କାନ୍ଥ ତଳେ ଚାପି ହୋଇ ଶିଶୁ କନ୍ୟାଙ୍କ  ମୃତ୍ୟୁ

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ  ଆମପାଣି ଥାନା ଅଧୀନରେ ଥିବା କୁସୁମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, କୁସୁମଖୁଣ୍ଟି ଗ୍ରାମର  ପୁରନ୍ଦର ଧଙ୍ଗଡା ମାଝୀ  ସୋମବାର ସକାଳେ ଚାଷ ଜମିକୁ ଯାଇଥିଲେ ।  ଝିଅ କାବ୍ୟାରାଣୀ ଧଙ୍ଗଡା ମାଝୀ (୩) ଓ  ସ୍ତ୍ରୀ ବୈଦେହି  ଛାତ୍ରୀଆ ଘରେ ଥିଲେ । ପୁରୁନ୍ଧର ଉକ୍ତ ଗାଁରେ ବିବାହ  କରି ଥିବାରୁ  ଶିଶୁ କନ୍ୟା  ଅଜା ଘରକୁ ଏକୁଟିଆ ଯା ଆସ  କରିଥାନ୍ତି। ସୋମବାର  ମଧ୍ୟ ଏକୁଟିଆ ନିଜ ଅଜା ଘରକୁ ଯିବା ସମୟରେ ବାଟରେ ଥିବା ଏକ ପରିତ୍ୟକ୍ତ କ୍ଲବ ଘରର କାନ୍ଥ ଭୁଶୁଡି ପଡ଼ିବାରୁ  ଶିଶୁ କନ୍ୟାଟି ଚାପି ହୋଇ ଗୁରୁତର ହୋଇ ପଡ଼ିଥିଲେ । ପରେ ପରିବାର ଲୋକେ ତାଙ୍କୁ  ଉଦ୍ଧାର କରି ଏକ  କୋକସରା ଡାକ୍ତରଖନାରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଆମପାଣି ଥାନା କେଶ ନମ୍ବର ୭/୨୩ରେ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଛି।