Posted inଫୁରସତ

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ ଥିଲେ। ହେଲେ ଟିକେ ବଡ଼ ହେବାପରେ ତାଙ୍କ ପେଟ ଅନ୍ୟ ପିଲାଙ୍କଠାରୁ କିଛିଟା ବଡ଼ ଦେଖାଗଲା। ସେତେବେଳେ ଏହାକୁ କେହି ନଜର ଦେଇ ନ ଥିଲେ। ହେଲେ ୨୦ ବର୍ଷ ବୟସର ହେବାବେଳକୁ ତାଙ୍କ ପେଟ ଅଧିକରୁ ଅଧିକ ବଡ଼ ହେବାକୁ ଲାଗିଲା। ବ୍ୟାକ୍‌ପେନ୍‌ ହେଲା। ହେଲେ କେବେ ପେଟରେ ଯନ୍ତ୍ରଣା ହେଉ ନ ଥିଲା। ୩୦ ବର୍ଷ ବୟସ ବେଳକୁ ତାଙ୍କ ପେଟ ଏତେ ବଡ଼ ହେଇଗଲା ଯେ, ଲୋକେ ତାଙ୍କୁ ଗର୍ଭବତୀ କହି ଚିଡାଇବାକୁ ଲାଗିଲେ। ଶେଷରେ ଏହି ପେଟ ପାଇଁ ସେ ଯେବେ ଅଣନିଃଶ୍ୱାସୀ ହେବାପରି ଅନୁଭବ କଲେ ପରିବାର ଲୋକେ ଚିନ୍ତାରେ ପଡିଗଲେ। ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲେ। ପ୍ରଥମେ ଡାକ୍ତର ଭାବିଲେ ତାଙ୍କର ଟ୍ୟୁମର ସମସ୍ୟା ଅଛି। ତେଣୁ ଅସ୍ତ୍ରୋପଚାର କରାଗଲା ଟ୍ୟୁମର ବାହାର କରିବାକୁ। ହେଲେ ଯେବେ ପେଟ ଖୋଲାଗଲା ଡାକ୍ତର ଯାହା ଦେଖିଲେ ତାକୁ ବିଶ୍ୱାସ କରିପାରିଲେ ନାହିଁ। ତାଙ୍କ ପେଟ ଭିତରେ ଆଉ ଏକ ମଣିଷ ଛୁଆ ଥିଲା। ହାତ ପୂରେଇ ତାକୁ ବାହାର କରିବାବେଳେ ପ୍ରଥମେ ଗୋଟେ ଗୋଡ, ଏହାପରେ ଦ୍ୱିତୀୟ ଗୋଡ, ପରେ କେଶ, ହାତ ଭଳି ମଣିଷ ଶରୀରର ବିଭିନ୍ନ ଅଙ୍ଗ ବାହାରିଲା। ଡାକ୍ତରମାନେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଆମେ ଏଭଳି ଦୃଶ୍ୟ ଦେଖି ଚକିତ ଓ ଭୟଭୀତ ହୋଇଯାଇଥିଲୁ। ସଞ୍ଜୁ ଭଗତଙ୍କ ପେଟ ଭିତରେ ତାଙ୍କ ଯମଜ ଭାଇ ରହି ଯାଇଥିଲା। ସଞ୍ଜୁ ବଡ଼ ହେବା ସହ ତାଙ୍କ ଯମଜ ଭାଇ ତାଙ୍କ ପେଟରେ ବଢୁଥିଲା। ଏଭଳି ସ୍ଥିତିକୁ ‘ଭାନିଶିଂ ଟ୍ବିନ ସିଣ୍ଡ୍ରୋମ’ ଅବା ‘ଫୋଏଟସ୍‌ ଫେଟୁ’ କୁହାଯାଏ। ଯେଉଁଥିରେ ଯମଜ ଭ୍ରୂଣ ମଧ୍ୟରୁ ଗୋଟିଏ ଭ୍ରୁଣ ଅନ୍ୟ ଭ୍ରୂଣ ଭିତରକୁ ଚାଲିଆସେ। ଅର୍ଥାତ୍‌ ଭଗତଙ୍କ ଯମଜ ତାଙ୍କ ଶରୀର ଭିତରେ ରହିଯାଇଥିଲା। ଯାହାକୁ ସେ ଦୀର୍ଘ ୩୬ ବର୍ଷ ନିଜ ପେଟରେ ଧାରଣ କରିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri