Categories: ଫୁରସତ

ବାପ-ପୁଅଙ୍କ ଉପରେ ଆକ୍ରମଣ କରିବାରୁ ଭାଲୁକୁ ଫାଶୀ ଦଣ୍ଡାଦେଶ

ଇଟାଲୀରେ ଏକ ବ୍ରାଉନ ଭାଲୁକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଗତ ସପ୍ତାହରେ ଟ୍ରେଟିନୋର ଉତ୍ତର କ୍ଷେତ୍ରରେ ବାପପୁଅଙ୍କ ଉପରେ ଆକ୍ରମଣ କରିବାକୁ ଭାଲୁକୁ ଏପରି ଦଣ୍ଡାଦେଶ ଦିଆଯାଇଥିବା ସୂଚନା ମିଳିଛି। ୫୯ ବର୍ଷୀୟ ଫେବିଓ ମିଶ୍ରରୋନି ୨୮ ବର୍ଷୀୟ ପୁଅ କ୍ରିଶ୍ଚିୟନ୍‌ଙ୍କ ସହ ମାଉଣ୍ଡ ପେଲାର ରାସ୍ତାରେ ଯାଉଥିଲେ। ଏହି ସମୟରେ ଏକ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। କ୍ରିଶ୍ଚିୟନଙ୍କ ମୁତାବକ, ଭାଲୁଟି ତାଙ୍କ ପାଦକୁ ଦଳି ଦେଇଥିଲା। ଭାଲୁକୁ ରୋକିବା ପାଇଁ ପିତା ତା’ ଉପରେ ଚଢିଯାଇଥିଲେ। ଏହି ଆକ୍ରମଣ ପରେ ଟ୍ରେଟିନୋ ଗଭର୍ନର ମଉରିଜିଓ ଫୁଗାଟି ଭାଲୁକୁ ଧରି ତାକୁ ମୃତ୍ୟୁ ଦଣ୍ଡାଦେଶ ପାଇଁ ଆଦେଶ ଦେଇଛନ୍ତି। ଇଟାଲୀର ପଶୁ ଅଧିକାର କାର୍ଯ୍ୟକତା ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାପରେ ଇଟାଲୀର ଓ୍ବାଲର୍‌ଡ ଓ୍ବାଇଲ୍ଡଲାଇଫ୍‌ ବ୍ରାଞ୍ଚ୍‌ ଏନେଇ ଏକ ଅନଲାଇନ୍‌ ପିଟିସନ ଆରମ୍ଭ କରିଛନ୍ତି। ଯାହାକୁ ୨୨ ହଜାରରୁ ଅଧିକ ଲୋକ ସାଇନ୍‌ କରିସାରିଲେଣି।

Share