Categories: ଫୁରସତ

ବର୍ଗାକାର ଚକା ବିଶିଷ୍ଟ ସାଇକେଲ

ନୂଆଦିଲ୍ଲୀ, ଲୋକେ ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ବିଭିନ୍ନ ପ୍ରକାର ଯାନବାହନ ବ୍ୟବହାର କରିଥାନ୍ତି। ହେଲେ ସବୁ ଯାନର ଚକା ଗୋଲାକୃତି ହୋଇଥିବା ଦେଖିବାକୁ ମିଳେ। ଯଦି କୌଣସି ଯାନର ଚକା ଆକୃତି ଗୋଲାକାର ବଦଳରେ ଅନ୍ୟ ଆକାର ଧାରଣ କରେ, ତେବେ କ’ଣ ଏହା ଚାଲିପାରିବ? କିଛି ଲୋକଙ୍କ ମନରେ ନିଶ୍ଚିତ ଏପରି ପ୍ରଶ୍ନ ଆସିଥାଏ। ତେବେ ନିକଟରେ ଇଞ୍ଜିନିୟର ସର୍ଗି ଗୋର୍ଡିଇଭ୍‌ ଗୋଲାକାର ବଦଳରେ ଏକ ବର୍ଗାକାର ଚକା ବିଶିଷ୍ଟ ସାଇକେଲ ତିଆରି କରିଛନ୍ତି। ଯାହାକି ବରଫାବୃତ୍ତ ଅଞ୍ଚଳରେ ଚାଲିପାରିବ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଡିଓରେ ସର୍ଗି ଏକ ବର୍ଗାକାର ଚକା ବିଶିଷ୍ଟ ସାଇକେଲ ଚଲାଉଥିବା ନଜରକୁ ଆସିଛନ୍ତି। ପ୍ରକୃତରେ ସେ ବ୍ୟକ୍ତି କହିଛନ୍ତି, ସେହି ସାଇକେଲକୁ ଏପରି ଡିଜାଇନ କରାଯାଇଛି ଯେ ସେଥିରେ ଲାଗିଥିବା ଚକା ବୁଲୁନି। ଚକାରେ ଲାଗିଥିବା ଟାୟାର ବୁଲୁଥିବାରୁ ସାଇକେଲଟି ଗଡିବାରେ କୌଣସି ଅସୁବିଧା ହେଉନି। ହେଲେ ଗୋଲାକାର ଚକା ଯେମିତି ସରଳ ଏବଂ ଅଧିକ ସ୍ପିଡ୍‌ରେ ଯାଇପାରିବ, ତାହା ଏହି ସାଇକେଲରେ ସମ୍ଭବ ନୁହେଁ। ତେବେ ଏପରି ବିଚିତ୍ର ଚକା ଥିବା ସାଇକେଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

Share