ବାଇଡେନ-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହେବ ଆଲୋଚନା

ଓ୍ବାଶିଂଟନ,୨୭ା୭: ତାଇଓ୍ବାନ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୪ ମାସର ତିକ୍ତତା ବୃଦ୍ଧି ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ଫିଙ୍ଗ୍‌ ଗୁରୁବାର ଆଲୋଚନା କରିବେ। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସାରେ, ଦୁଇ ନେତାଙ୍କ ମଧ୍ୟରେ ଶୃଙ୍ଖଳାଗତ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି।

ତାଇୱାନରେ ନାନ୍‌ସୀ ପେଲୋସିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା ଏହି ସମୟରେ ଆମେରିକା ଲୋକ ସଭାର ବାଚସ୍ପତି ନାନ୍‌ସୀ ପେଲୋସିଙ୍କ ତାଇଓ୍ବାନ ଗସ୍ତ ସମ୍ଭାବ୍ୟ ଖବର ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ାଇ ଦେଇଛି। ତାଇଓ୍ବାନ ଉପରେ ନିଜର ଅଧିକାରକୁ ଦୃଢ଼ କରୁଥିବା ଚାଇନା ଯଦି ପେଲୋସି ଯାତ୍ରା କରେ ତେବେ କଡ଼ା ପଦକ୍ଷେପ ନେବାକୁ ଧମକ ଦେଇଛନ୍ତି। ବାଚସ୍ପତି ପେଲୋସି ଏହି ଗସ୍ତକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। କିନ୍ତୁ ପେଲୋସିଙ୍କ ସମ୍ଭାବ୍ୟ ଗସ୍ତ ବିଷୟରେ ଗତ ସପ୍ତାହରେ ରାଷ୍ଟ୍ରପତି ବାଇଡେନ କହିଥିଲେ, ଏହା ଏକ ଭଲ ଚିନ୍ତାଧାରା ନୁହେଁ।

ଏହି ଦୁଇ ନେତା ୟୁକ୍ରେନ, ଦକ୍ଷିଣ ଚାଇନା ସାଗର ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି। ତାଇଓ୍ବାନ ବ୍ୟତୀତ ବାଇଡେନ ଏବଂ ଜିନପିଙ୍ଗ ମଧ୍ୟରେ ରୁଷିଆ-ୟୁକ୍ରେନ ଯୁଦ୍ଧ, ଉତ୍ତର କୋରିଆରେ ଆଣବିକ କାର୍ଯ୍ୟକ୍ରମ, ଇରାନ ଆଣବିକ ଚୁକ୍ତି ଏବଂ ଦକ୍ଷିଣ ଚାଇନା ସାଗର ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗର ପୂର୍ବ ଏସିଆର ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟେରୀ ଜଙ୍ଗ ପାକ ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ଅଭିଯୋଗ କରିଛନ୍ତି। ଏହା ତାଙ୍କର ଆକ୍ରମଣାତ୍ମକ ଏବଂ ଦାୟିତ୍ୱହୀନ ଆଚରଣକୁ ଦର୍ଶାଏ।

Share