ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଶାହାରୁଖ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ମାତ୍ର ୧୭ ବର୍ଷ ତଳେ ଏହି ଦୁଇ କଳାକାରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ପ୍ରିୟଙ୍କା ଏବଂ ଶାହାରୁଖ ଷ୍ଟେଜ୍ ଉପରେ ଥିଲେ। ଏହି ସମୟରେ ପ୍ରଚଣ୍ଡ ଶବ୍ଦ କରି ଏକ ବୋମା ଫୁଟିଥିଲା। ସେମାନେ ବୁଝି ପାରି ନ ଥିଲେ କ’ଣ ଘଟିଲା।
ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ୨୦୦୪ରେ ସେ ଯେତେବେଳେ ଶାହାରୁଖ ଖାନ୍, ସେଲିନା ଜେଟ୍ଲି ଏବଂ ଜାୟଦ ଖାନ୍ଙ୍କ ସହ ସେ ୟୁଏସ୍ଏ ଯାଇଥିଲେ। ସେମାନେ ଶ୍ରୀଲଙ୍କା ବି ଯାଇଥିଲେ। ସେଠାରେ ବୌଦ୍ଧ ଭିକ୍ଷୁମାନେ ତାଙ୍କ ପରଫର୍ମାନ୍ସରେ ଖୁସି ନ ଥିଲେ। ଲୋକପ୍ରିୟ ବୌଦ୍ଧ ଭିକ୍ଷୁଙ୍କ ପୁଣ୍ୟତିଥି ପଡ଼ିଥିଲା। ପ୍ରିୟଙ୍କା କହିଛନ୍ତି, ଏହି ସମୟରେ ଶାହାରୁଖ ଏବଂ ସେ ଷ୍ଟେଜ୍ରେ ଡ୍ୟାନ୍ସ କରୁଥିଲେ। ମାତ୍ର ଡ୍ୟାନ୍ସର ସିକ୍ୱେନ୍ସ ଦେଖି ତାଙ୍କୁ ଡ୍ରେସ ଚେଞ୍ଜ କରିବାକୁ ପଡ଼ିଥିଲା। ଏଥିପାଇଁ ସେ ବ୍ୟାକ୍ଷ୍ଟେଜ୍ ଯାଇଥିଲେ। ଠିକ୍ ଏତିକି ବେଳେ ହଠାତ୍ ଏକ ଶବ୍ଦ ଶୁଭିଲା। ପ୍ରଥମେ ସେ ଜାଣିପାରି ନ ଥିଲେ ଏହା କି ଶବ୍ଦ। ପରେ ଜାଣିଲେ ବମ୍ ଫୁଟିଥିଲା। ତାଙ୍କଠାରୁ ମାତ୍ର ୬ ଫୁଟ ଦୂରରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଶାହାରୁଖ ଏବଂ ସେ ବଞ୍ଚି ଯାଇଥିଲେ। ଆଜି ବି ସେହି କଥା ମନେ ପଡ଼ିଲେ ଭୟରେ ଥରି ଉଠନ୍ତି ପ୍ରିୟଙ୍କା।