ଭାଜପାକୁ ବଡ଼ ଝଟ୍‌କା: ପଛୁଆ ଅଛନ୍ତି ୫ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଗଣନର ପ୍ରାରମ୍ଭିକ ରାଉଣ୍ଡରେ ମୋଦି ସରକାର କଡ଼ା ଟକ୍କର ସମ୍ମୁଖୀନ ହେଉଥିବା ଜଣାପଡିଛି। ପାଞ୍ଚଜଣ କେନ୍ଦ୍ର ମନ୍ତ୍ରୀ ପଛରେ ଅଛନ୍ତି। ଏହି ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ସ୍ମୃତି ଇରାନୀ, କୌଶଲ କିଶୋର, ଅଜୟ ମିଶ୍ର ଟେନି, ଅନୁପ୍ରିୟା ପେଟାଲ ଏବଂ ସଞ୍ଜୀବ ବାଲାନ।
ସ୍ମୃତି ଇରାନୀ ଆମେଠିରୁ ପଛୁଆ ଅଛନ୍ତି। ସକାଳ ୧୧.୩୦ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୩୨ ହଜାର ୬ ଭୋଟରେ ଆଗୁଆ ଅଛନ୍ତି।

Share