Posted inଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୦।୩: ଜମ୍ମୁକଶ୍ମୀରରେ ଭାଜପା-ପିଡିପି ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୁଇଥର କଂଗ୍ରେସ ଏମ୍‌ପି ଚୌଧୁରୀ ଲାଲ ସିଂ ପ୍ରାୟ ୧୦ ବର୍ଷ ପରେ ବୁଧବାର କଂଗ୍ରେସକୁ ଫେରିଛନ୍ତି। ନୂଆଦିଲ୍ଲୀରେ ସେ କଂଗ୍ରେସ ନେତା ପୱନ ଖେଡା, ଭାରତ ସିଂ ସୋଲାଙ୍କି, କଂଗ୍ରେସ ରାଜ୍ୟ ସଭାପତି ବିକାଶ ରସୁଲ ୱାନିଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ।
କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ତରଫରୁ କଂଗ୍ରେସ ନେତା ପୱନ ଖେଡା ଲାଲ ସିଂଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଲାଲ ସିଂଙ୍କ ଦଳକୁ ଫେରିବା ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବ। ଚୌଧୁରୀ ଲାଲ ସିଂ ଦଳକୁ ଫେରିବା ପରେ କଂଗ୍ରେସ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଇସାରାରେ ଉଧମପୁର ଆସନରୁ ଲଢିବାବିଷୟରେ ମଧ୍ୟ କହିଥିଲେ। ଲାଲ ସିଂ କହିଛନ୍ତି, ମୁଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ସେହି ଆସନରୁ ଭାଜପା ସ୍ବପ୍ନ ଦେଖୁଛି।ସ୍‌
ଚୌଧୁରୀ ଲାଲ ସିଂ ଛାତ୍ର ନେତା ଭାବରେ ରାଜନୀତି ଆରମ୍ଭ କରିଥିଲେ। ସେ ଦୁଇଥର ବିଧାୟକ ଏବଂ ଏମ୍‌ପି ହୋଇଛନ୍ତି। ୧୯୯୬ରେ ପ୍ରଥମ ଥର ପାଇଁ ସେ କଂଗ୍ରେସ ଟିକେଟରେ କାଥୁଆର ବସୋହଲି ଆସନରୁ ବିଧାୟକ ହୋଇଥିଲେ। ୨୦୦୨ରେ ମଧ୍ୟ ସେ ଏଠାରୁ ଜିତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଏବଂ କଂଗ୍ରେସର ମିଳିତ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ।
ଏହା ପରେ ଲାଲ ସିଂ ୨୦୦୪ ଏବଂ ୨୦୦୯ରେ ଉଧମପୁର ଆସନରୁ ଜିତି ଲୋକ ସଭାରେ ପହଞ୍ଚିଥିଲେ। ୨୦୧୪ରେ କଂଗ୍ରେସରୁ ଟିକେଟ ନ ପାଇ ସେ କଂଗ୍ରେସ ସହ ସମ୍ପର୍କ ଭାଙ୍ଗିଥିଲେ। ଏହା ପରେ ସେ କାଥୁଆରେ ଏକ କାର୍ଯ୍ୟକ୍ରମରେ ତତ୍କାଳୀନ ଭାଜପା ସଭାପତି ଅମିତ ଶାହାଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri