Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା: ଆହତ ଯୋଗୁ ମେ’ ପର୍ଯ୍ୟନ୍ତ କ୍ରିକେଟ୍‌ ଖେଳିପାରିବେନି ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ ର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍‌କା ଲାଗିଛି। ସିଏସ୍‌କେର ଜଣେ ପ୍ରମୁଖ ଖେଳାଳି ଆହତ କାରଣରୁ ମେ ମାସ ପର୍ଯ୍ୟନ୍ତ ଲିଗରୁ ବାଦ୍‌ ପଡ଼ିଛନ୍ତି। ଡେଭନ୍‌ କନୱେ ଅନ୍ତତଃ ପକ୍ଷେ ମେ ପର୍ଯ୍ୟନ୍ତ ଲିଗରୁ ବାଦ ପଡିଛନ୍ତି। ଗତ ସିଜିନର ଫାଇନାଲ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା କନୱେ ଅତି କମରେ ଆଠ ସପ୍ତାହ କ୍ରିକେଟ ପଡ଼ିଆରୁ ଦୂରରେ ରହିବେ। ସେ ଚଳିତ ସପ୍ତାହରେ ତାଙ୍କ ବାମ ଆଙ୍ଗୁଠିରେ ଅସ୍ତ୍ରୋପଚାର କରିବେ।
ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ୩୨ ବର୍ଷୀୟ ଡିଭନ କନୱେ ଆହତ ହୋଇଥିଲେ। ଦ୍ୱିତୀୟ ଟି-୨୦ରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ। ଏହା ପରେ ସେ ବ୍ୟାଟିଂ ପାଇଁ ମଧ୍ୟ ଆସିପାରି ନ ଥିଲେ। ସେବେଠାରୁ କନୱେ ମେଡିକାଲ ଟିମର ତତ୍ତ୍ୱାବଧାନରେ ଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିବ।

Share