Categories: ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୫।୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା କରୁଛି। ଏହି କ୍ରମରେ ରବିବାର ଏଏପିର ୫ ନେତା ଜଳକୁ ବଡ ଝଟକା ଦେଇଛନ୍ତି। ଏମାନେ ଏଏପି ଛାଡି ଭାଜପାରେ ଯୋଗ ଦେଇଛନ୍ତି ଏବଂ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

ଝାଡୁ ଛାଡି ପଦ୍ମ ଧରିଥିବା ଏହି ନେତାମାନେ ରବିବାର ଦିଲ୍ଲୀର ପ୍ରଦେଶ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଓ ଲୋକ ସଭା ଏମପି ରାମବୀର ସିଂ ବିଘୁଡିଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହାକୁ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ଏକ ବଡ ଧରଣର ଅଦଳ ବଦଳ ଭାବେ ଧରାଯାଇଛି।

Share