Posted inଜାତୀୟ

ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୧।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ କୋର୍ଟ ଇଡିରୁ ଉତ୍ତର ମାଗିଛନ୍ତି। କେଜରିୱାଲଙ୍କ ଆବେଦନ ଉପରେ ହାଇକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରୁ ଜବାବ ମାଗିଛନ୍ତି ଏବଂ କେଜରିୱାଲଙ୍କ ଆବେଦନକୁ ମୁଖ୍ୟ ଆବେଦନ ସହିତ ଟ୍ୟାଗ କରିଛନ୍ତି। ଆସନ୍ତା ଏପ୍ରିଲ ୨୨ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ସମନ ଜାରି ରଖିବା ଏବଂ ଗିରଫଦାରୀକୁ ଏଡ଼ାଇବା ପାଇଁ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ, ଇଡି ପକ୍ଷରୁ ହାଜର ହୋଇଥିବାବେଳେ କୋର୍ଟଙ୍କୁ ଦଲିଲ ଦେବାବେଳେ କହିଥିଲେ ଯେ ଆମେ ଆପଣଙ୍କୁ କୋର୍ଟଙ୍କ ନିର୍ଦ୍ଦେଶରେ ଡକ୍ୟୁମେଣ୍ଟ ଦେଖାଉଛୁ। ଆବେଦନକାରୀମାନେ ଏଗୁଡିକ ଦାବି କରିବା ଉଚିତ ନୁହେଁ।

ଇଡି ଓକିଲ ଏଏଚଜି ରାଜୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଶୁଣାଣି ହେବା ଉଚିତ ନୁହେଁ, ଗତକାଲି ପ୍ରଦାନ କରାଯାଇ ନ ଥିବା ରିଲିଫ ଏହି ଆବେଦନ କରାଯିବା ପରେ ଦିଆଯାଇପାରିବ ନାହିଁ। ଏହା ଉପରେ ହାଇକୋର୍ଟର ବିଚାରପତି କହିଛନ୍ତି ଯେ ବୁଧବାର ଏହି ମାମଲାରେ ତାରିଖ ଦିଆଯିବା ପରେ ହିଁ ଏହି ଆବେଦନ କରାଯାଇଛି। ଏଏସଜି କହିଛନ୍ତି ଯେ ଏହି ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। ଯେତେବେଳେ କୌଣସି ଆବେଦନଳ ଶୁଣାଣି ଯୋଗ୍ୟ ନୁହେଁ ତେବେ ଆପଣ କୌଣସି ଆବେଦନ ଉପରେ ଶୁଣାଣି କରିପାରିବେ ନାହିଁ।
ଇଡି ହାଇକୋର୍ଟରେ କହିଛନ୍ତି ଯେ ଆମ ପାଖରେ ସମନ କରିବାର ଅଧିକାର ଅଛି। ସେମାନେ ଆମ ଡାକରାକୁ ଆସିବା ଏବଂ ଅନୁସନ୍ଧାନରେ ସହଯୋଗ କରିବା ଏବଂ ଆମର ପ୍ରଶ୍ନର ଉତ୍ତର ଦେବା ଉଚିତ୍‌। କେଜରିୱାଲଙ୍କ ଆବେଦନ ଉପରେ ଏଏସଜି ରାଜୁ ନିଜର ଉତ୍ତର ଦାଖଲ କରିବାକୁ ସମୟ ମାଗିଥିଲେ। ଏହି ଆବେଦନ ମୁଖ୍ୟ ଆବେଦନ ସହିତ ଶୁଣାଣି ହେବା ଉଚିତ। ଇଡି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି ତଥାପି ସେ ଆସୁନାହାଁନ୍ତି। ଏହା ଉପରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି କିନ୍ତୁ ସେ ଦଳର ସଭାପତି। ଇଡି କହିଛି ଯେ ଏହାର ଅର୍ଥ ନୁହେଁ ଯେ ସେ ସମନକୁ ପାଳନ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri