Categories: ଜାତୀୟ

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତିରେ ହାଇକୋର୍ଟ ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଶୋଷଣ, ଜମି ଦଖଲ ଏବଂ ରାସନ ସ୍କାମ ସହ ଜଡିତ ସମସ୍ତ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ ମୁଖ୍ୟମନ୍ତ୍ରୀ ମମତା ସରକାରଙ୍କ ମନୋଭାବ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସରକାର କାହିଁକି ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

Share