Categories: ଜାତୀୟ

ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ଲକ୍ଷ୍ନୌ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଉତ୍ତରପ୍ରଦେଶରେ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ଲାଲଗଞ୍ଜ ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଏସପି ଲୋକ ସଭା ଏମ୍‌ପି ସଂଗୀତା ଆଜାଦ, ତାଙ୍କ ସ୍ବାମୀ ଏବଂ ପୂର୍ବତନ ବିଏସପି ବିଧାୟକ ଆରିମର୍ଡାନ ଆଜାଦ ଭାଜପାରେ ଯୋଗ ଦେଇଥିଲେ।
ସଂଗୀତା ଆଜାଦଙ୍କ ଶ୍ୱଶୁର ସ୍ବର୍ଗତ ଗାନ୍ଧୀ ଆଜାଦ ବିଏସପିର ପ୍ରତିଷ୍ଠାତା ସଦସ୍ୟ ତଥା ବିଏସପିର ଜାତୀୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି। ସୋମବାର ଏହି ଦୁଇ ନେତାଙ୍କ ସହ ଜଣାଶୁଣା ମହିଳା ଆଡଭୋକେଟ ସୀମା କୁଶୱା ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି।
ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ, ଉତ୍ତରପ୍ରଦେଶ ଭାଜପା ସଭାପତି ଭୁପେନ୍ଦ୍ର ଚୌଧୁରୀ ଏବଂ ଅନ୍ୟାନ୍ୟ ନେତା, ବିଏସପି ଲୋକ ସଭା ଏମ୍‌ପି ସଂଗୀତା ଆଜାଦ, ତାଙ୍କ ସ୍ବାମୀ ଆରିମର୍ଡନ ଆଜାଦ ଏବଂ ପ୍ରସିଦ୍ଧ ମହିଳା ଆଡଭୋକେଟ ସୀମା କୁଶୱାହା ଭାଜପାରେ ଯୋଗ ଦେଇଛନ୍ତି।

Share