Categories: ଖେଳ

ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୬।୩: ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲୀୟ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଦଳକୁ ଫେରିବେ ନାହିଁ। କମିନ୍ସ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ବର୍ତ୍ତମାନ ସେ ନ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। କମିନ୍ସଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ପୁଣି ଥରେ ଷ୍ଟିଭ ସ୍ମିଥଙ୍କ ହାତରେ ରହିବ।
ଦିଲ୍ଲୀ ଟେଷ୍ଟର ପରାଜୟ ପରେ କମିନ୍ସ ଅଷ୍ଟ୍ରେଲିଆ ଫେରିଥିଲେ। ପରେ କମିନ୍ସ ସୂଚନା ଦେଇଥିଲେ ଯେ, ତାଙ୍କ ମା’ ବହୁତ ଅସୁସ୍ଥ, ତେଣୁ ସେ ଇନ୍ଦୋର ଟେଷ୍ଟର ଅଂଶ ହୋଇପାରିବେ ନାହିଁ। କମିନ୍ସ ଅହମ୍ମଦାବାଦ ଟେଷ୍ଟ ପାଇଁ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇନାହିଁ।
ଏହି ଟେଷ୍ଟ ସିରିଜର ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ହରିବା ପରେ ଅଷ୍ଟ୍ରେଲିଆ ଦଳ ତୃତୀୟ ଟେଷ୍ଟ ମ୍ୟାଚ୍‌କୁ ଚମତ୍କାର ଭାବେ ୯ ଉଇକେଟରେ ଜିତିଥିଲା। କଙ୍ଗାରୁ ଦଳର ଏହି ବିଜୟରେ ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱକୁ ମଧ୍ୟ ଅନେକ ଶ୍ରେୟ ଦିଆଯାଇଥିଲା।

Share