ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ ଆଗାମୀ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତର ପତାକା ତଳେ ଖେଳିବେ ନାହିଁ।

ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାଇଙ୍ଗ୍‌ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ କୁସ୍ତିଯୋଦ୍ଧାମାନଙ୍କୁ ‘ନ୍ୟୁଟ୍ରାଲ ଆଥଲେଟ’ ଭାବରେ ଭାଗ ନେବାକୁ ପଡିବ। ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟକାଳ ବହୁ ଦିନରୁ ଶେଷ ହୋଇଯାଇଛି। ଏହା ପରେ କୁସ୍ତି ସଂଘରେ ନିର୍ବାଚନ କରିବାକୁ ଅନେକ ଚେଷ୍ଟା କରାଯାଇଛି ଏବଂ ସୁପ୍ରିମକୋର୍ଟ କେତେକ ଥର ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି, କିନ୍ତୁ ଅଲଗା ଅଲଗା ହାଇକୋର୍ଟ ଅଲଗା ଅଲଗା ରାଜ୍ୟର କୁସ୍ତି ସଂଘର ଆବେଦନ ଆଧାରରେ ନିର୍ବାଚନରେ ରୋକ ଲଗାଇଆସିଛନ୍ତି। ଏହି କାରଣରୁ କୁସ୍ତି ସଂଘର ନିର୍ବାଚନ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରିନାହିଁ।

Share