Categories: ଜାତୀୟ

ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ବଡ଼ ନେତା

ପୁଣେ,୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣେର ଶିରୁରରେ ଶିବସେନା (ୟୁବିଟି)କୁ ଏକ ବଡ଼ ଝଟ୍‌କା ଲାଗିଛି। ପାର୍ଟିର ପୁଣେ ଜିଲା ସଭାପତି ଦୀନେଶ୍ୱର (ମୌଲି) ଆବା କାଟକେ ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇରେ ଏନସିପି ରାଷ୍ଟ୍ରୀୟ ସଭାପତି ଅଜିତ ପାୱାର ଏବଂ ରାଜ୍ୟ ସଭାପତି ସୁନୀଲ ତଟକରେଙ୍କ ଉପସ୍ଥିତିରେ ତାଙ୍କ ପ୍ରମୁଖ କର୍ମୀଙ୍କ ସହ ଏନସିପିରେ ଯୋଗ ଦେଇଥିଲେ।

ଦୀନେଶ୍ୱର ଶିରୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ସଂଯୋଜକ, ପୁଣେ ନିର୍ମାଣ ବିଭାଗର ସଦସ୍ୟ ତଥା ପୁଣେ ଜିଲା ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି।

ପୁଣେ ଜିଲାର ଶିରୁର ବିଧାନସଭା ନିର୍ବାଚନମଣ୍ଡଳୀ ଜିଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ଭାବରେ ପରିଗଣିତ ହୋଇଛି। ଧନେଶ୍ୱରଙ୍କ ଏନସିପିରେ ଯୋଗଦେବା ଉଦ୍ଧବ ଠାକରେଙ୍କ ଶିବସେନା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି।

ଅଜିତ ପାୱାର କହିଛନ୍ତି, ଶିବସେନା (ୟୁବିଟି) ପୁଣେ ଜିଲା ସଭାପତି ଦୀନେଶ୍ୱର ଆବା କାଟକେ ଆଜି ତାଙ୍କ ପ୍ରମୁଖ କର୍ମୀଙ୍କ ସହ ଏନସିପିରେ ଯୋଗ ଦେଇଛନ୍ତି।

ମହାବିକାଶ ଅଗାଡି (ଏମ୍‌ଭିଏ)ରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ଏନସିପି (ଏସପି) ସାମିଲ ଅଛି। ଏନସିପି ଏବଂ ଶିବସେନା ମଧ୍ୟରେ ବିଭାଜନ ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ନଭେମ୍ବର ୨୦ରେ ଏଠାରେ ଭୋଟ ହେବ ଏବଂ ନଭେମ୍ବର ୨୩ରେ ମତଦାନ ହେବ।

Share