ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଫ୍ୟାନ୍‌, କାର୍‌ର ନମ୍ବରପ୍ଲେଟ୍‌ରେ ଲେଖିଲେ ମୋଦିଙ୍କ ନାମ

ଆପଣ ନିଶ୍ଚିତ ଭାବରେ ବଲିଉଡ ଏବଂ କ୍ରିକେଟର ପ୍ରଶଂସକଙ୍କ ବିଷୟରେ ଶୁଣିଥିବେ। ସେମାନେ ତାଙ୍କ ହିରୋଙ୍କ ପାଇଁ ସେଲିବ୍ରେଶନ ଠାରୁ ଆରମ୍ଭ କରି ଟାଟୁ କରୁଥିବାର ଦେଖିଥିବେ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ମେରିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ଅଛନ୍ତି। ଯିଏକି କାର୍‌ର୍‌ ନମ୍ବର ପ୍ଲେଟ୍‌ରେ ମୋଦିଙ୍କା ନାଁ ଲେଖିଛନ୍ତି। ବ୍ୟକ୍ତି ଜଣକ ହେଲେ ରାଘବେନ୍ଦ୍ର।

ଭାରତର ମୂଳ ନିବାସୀ ତଥା ଆମେରିକୀୟ ନାଗରିକ ରାଘବେନ୍ଦ୍ର କିଜ କାର୍‌ ନମ୍ବର ପ୍ଲେଟରେ ’ଏନ୍‌ମୋଦି ଲେଖଇଛନ୍ତି। ଏନେଇ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ କରି ରାଘବେନ୍ଦ୍ର କହିଛନ୍ତି, ସେ ଏହି ନମ୍ବର ପ୍ଲେଟକୁ ୨୦୧୬ ନଭେମ୍ବରରୁ ବ୍ୟବହାର କରୁଛନ୍ତି। ମୋଦି ମୋର ପ୍ରେରଣା। ଦେଶ ପାଇଁ, ସମାଜ ପାଇଁ, ବିଶ୍ୱ ପାଇଁ କିଛି ଭଲ କାମ କରିବାକୁ ସେ ମୋତେ ପ୍ରେରଣା ଦିଅନ୍ତି। ଚଳିତ ମାସ ୨୧ରେ ମୋଦି ଆମେରିକା ଆସୁଛନ୍ତି। ମୁଁ ତାଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛି।

Share